Odisha Link
Bridging the Missing Links in Odisha

ଭୁଶୁଡି ପଡ଼ିଲା ଭୁବନେଶ୍ବର ବିମାନବନ୍ଦର ନବନିର୍ମିତି କୋଠାର ଛାତ

ଭୁବନେଶ୍ବର: ରାତି ଅଧରେ ଘଟିଲା ଅଘଟଣ। ରାତି ଅଧରେ ଭୁଶୁଡିଲା ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରର ଛାତ। ବିମାନବନ୍ଦରରେ ହେଉଥିବା ନବନିର୍ମିତି କୋଠାର ଛାତ ଭୁଶୁଡିଲା।

ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନ ବନ୍ଦର ପରିସରରେ ଟର୍ମିନାଲ-୧ ଏବଂ ଟର୍ମିନାଲ-୨ ମଧ୍ୟରେ ସଂଯୋଗ ପାଇଁ ନିର୍ମାଣ କରାଯାଉଥିବା କୋଠାର ଛାତ ଭୁଶୁଡିପଡିଥିବା ଜଣାପଡିଛି। ଭୁଶୁଡି ଥିବା କୋଠା ତଳେ କିଛି ଲୋକ ଫସି ରହିଥିବା ଆଶଙ୍କା ରହିଛି । ଖବର ଲେଖା ହେଲା ଯାଏ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଯେଉଁଥିରେ ଅନେକ ଲୋକ ଗୁରୁତର ହୋଇଥିବା ଆଶଙ୍କା କରାଯାଉଛି। ତେବେ ଏଯାଏଁ ବିମାନ ବନ୍ଦରର କୌଣସି ସ୍ପଷ୍ଟ ଚିତ୍ର ମିଳି ପାରିନାହିଁ । ଅନ୍ୟପଟେ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Comments are closed.