Odisha Link
Bridging the Missing Links in Odisha

ଫେବୃଆରୀ ୧ରୁ ମାଘମେଳା, ଜମିବ ଖଣ୍ଡଗିରି ଯାତ୍ରା

ଭୁବନେଶ୍ବର: ଫେବୃଆରି ୧ରୁ ଭୁବନେଶ୍ବରରେ ଆରମ୍ଭ ହେବ ଖଣ୍ଡଗିରି ଯାତ୍ରା। ଏହାକୁ ନେଇ ଯାତ୍ରାକମିଟି ସହ ଆଲୋଚନା କରିଥିଲେ ବିଏମସି ଅଧିକାରୀ। ତେବେ ଏଥର ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ବ୍ୟାନ୍ କରାଯାଇଛି।
ଫେବୃଆରି ୧ ମାଘମେଳା। ଆରମ୍ଭ ହେବ ଖଣ୍ଡଗିରି ଯାତ୍ରା। ଚାଲିବ ବିଭିନ୍ନ ଅପେରା ପାର୍ଟିଙ୍କ ଭିତରେ ପ୍ରତିଯୋଗିତା। ପରସ୍ପରକୁ ଟକ୍କର ଦେବେ ଜଲିଉଡ୍ ର କଳାକାର। ଜମିବ ଯାତ୍ରାପ୍ରେମୀଙ୍କ ଭିଡ଼। ହେଲେ ଗଲାବର୍ଷ ଭଳି ଏଥର ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଚାଲିପାରିବ ନାହିଁ ବୋଲି ଯାତ୍ରା କମିଟି ଗୁଡ଼ିକୁ ରୋକ୍ ଠୋକ୍ ଶୁଣାଇଦେଇଛନ୍ତି ବିଏମସି ଅଧିକାରୀ।
ଗତବର୍ଷ ଖଣ୍ଡଗିରି ଯାତ୍ରାରେ ବିଭିନ୍ନ ଅପେରା ପାର୍ଟିଙ୍କ ଦ୍ବାରା ଆୟୋଜିତ ରେକର୍ଡ଼ ଡ୍ୟାନ୍ସରେ ଆଇଟମ୍ ଗାର୍ଲଙ୍କ ଅଶ୍ଳୀଳ ନୃତ୍ୟ ପୂରା ସୀମା ଟପିଥିଲା । ଯାହାକୁ ନେଇ ନିଜ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ ପରିବାର ସହ ଯାତ୍ରା ଦେଖିବାକୁ ଆସୁଥିବା ସାଧାରଣ ଲୋକ। ଗତବର୍ଷ ଖଣ୍ଡଗିରି ଯାତ୍ରାରେ ଆକ୍ସନ ଓ ରିଆକ୍ସନକୁ ଦେଖି ଏଥର ଆଗୁଆ ପଦକ୍ଷେପ ନେଇଛି ବିଏମସି ପ୍ରଶାସନ। ଆଉ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବ୍ୟାନ୍ ପାଇଁ ତାଗିଦ୍ କରିଛି। ଫେବୃଆରୀ ୧ରୁ ଆରମ୍ଭ ହେଉଥିବା ମାଘମେଳା ସହ ଖଣ୍ଡଗିରି ଯାତ୍ରା ୧୬ ଯାଏଁ ଚାଲିବ।

Comments are closed.