Odisha Link
Bridging the Missing Links in Odisha

ତୁର୍କୀରେ ଭୂକମ୍ପ, ୧୯ ମୃତ ୬୦୦ ଆହତ

ନୁଆଦିଲ୍ଲୀ: ଗତକାଲି ତୁର୍କୀରେ ଭୂକମ୍ପ ଝଟକା। ଭୂକମ୍ପ ଯୋଗୁଁ ୬୦୦ ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୧୯ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୭ ବୋଳି ଜଣାପଡିଛି। ଭୂକମ୍ପ ଯୋଗୁଁ ପାଖାପାଖି ୧୦ଟି କୋଠାଘର ଭୁଶୁଡ଼ିପଡ଼ିଛି। ଭୂକମ୍ପ ଆସିବା ସମୟରେ ୧୫ ଥର ଝଟକା ଅନୁଭୂତ ହୋଇଥିଲା। ଏହି ଭୂକମ୍ପରେ ପୂର୍ବ ଇଲାଜିଙ୍ଗ ରାଜ୍ୟରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି ।

ଜଣେ ସରକାରୀ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନୁସାରେ ଆହତମାନଙ୍କ ମଧ୍ୟରୁ ୨ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ୧୫ ଥର ଝଟକା ଅନୁଭୂତ ହୋଇଥିବାରୁ ଏଥିରେ ଲୋକେ ଭୟଭୀତ ହୋଇଯାଇଥିଲେ। ଭୂକମ୍ପ ଝଟକା ତୁର୍କୀର ପଡୋଶୀ ଇରାକ, ଇରାନ, ସିରିଆ ଓ ଲେବାନନରେ ମଧ୍ୟ ଅନୁଭୂତ ହୋଇଥିଲା।

Comments are closed.