Odisha Link
Bridging the Missing Links in Odisha

୨ୟ ଟି-୨୦: ମୁହାଁଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ

ଅକଲାଣ୍ଡ: ଆଜି ସାରା ଭାରତ ପାଳନ କରୁଛି ୭୧ତମ ସାଧାରଣତନ୍ତ୍ର ଦିବସ। ଅନ୍ୟପଟେ ଆଜି ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ମାଟିରେ ଖେଳିବ ତାର ୨ୟ ଟି-୨୦ ମ୍ୟାଚ୍। ଅପରାହ୍ନ ୧୨ ଟା ୨୦ ମିନିଟରେ ଅକଲାଣ୍ଡର ଖେଳାଯିବ ୨ୟ ଟି-୨୦। ଏହି ମ୍ୟାଚ୍ ଜିତି ଭରତୀୟ କ୍ରିକେଟ୍ ଦଳ ଶୃଙ୍ଖଳାରେ ୨-୦ରେ ଆଗୁଆ ହେବା ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ପ୍ରଥମ ମୁକାବିଲାକୁ ୬ ୱିକେଟ୍‌ରେ ହାରିଥିବା ନ୍ୟୁଜିଲାଣ୍ଡ ରବିବାରର ଦ୍ବିତୀୟ ଲଢ଼େଇକୁ ଜିତି ସ୍ଥିତି ୧-୧ କରିବା ଆଶାରେ ଥିବ। ଭାରତ ପ୍ରଥମ ମ୍ୟାଚ୍‌ରେ ଚମକପ୍ରଦ ବିଜୟ ହାସଲ କରିବା ପରେ ଦ୍ବିତୀୟ ମ୍ୟାଚ୍‌ରେ ଅପରିବର୍ତିତ ଦଳ ଦେଇ ପଡ଼ିଆକୁ ଓହ୍ଲାଇବାର ସମ୍ଭାବନା ଅଧିକ। ହେଲେ ଘରୋଇ ନ୍ୟୁଜିଲାଣ୍ଡ ତା’ର ଚୂଡ଼ାନ୍ତ ଦଳରେ କିଛିଟା ଅଦଳ ବଦଳ କରିପାରେ।