Odisha Link
Bridging the Missing Links in Odisha

ଆଜିଠାରୁ ଆରମ୍ଭ ହେବ ଏସସିବି ସଂପ୍ରସାରଣ ସଚେତନତା ଅଭିଯାନ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପ୍ୟାକେଜ ଘୋଷଣା ପରେ ଆଜିଠୁ ଏସସିବିରେ ଉଚ୍ଛେଦ ସମଚେତନତା ଅଭିଯାନ ଆରମ୍ଭ ହେବ। ହାଡିଆପଠାରେ ପ୍ରଶାସନ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଏନେଇ ପ୍ରଶାସନ ପକ୍ଷରୁ ମାଇକରେ ଘୋଷଣା କରାଯିବ। ଏହାପରେ ପ୍ରକଳ୍ପ ପାଇଁ ଦୋକାନ, କ୍ୱାର୍ଟସ ଓ ବେଆଇନ ଘର ଭଙ୍ଗା ତ୍ୱରାନ୍ୱିତ କରିବ ଜିଲ୍ଲା ପ୍ରଶାସନ। ଏହାଛଡା ସରକାରୀ ଅନୁମୋଦିତ ଆଇନ ଅନୁସାରେ ଜମି ମାଲିକ ଠାରୁ ଜମି ଅଧିଗ୍ରହଣ କରାଯିବ। ଏହି ଉଚ୍ଛେଦ ପ୍ରକ୍ରିୟାରେ ୩ଶହରୁ ଅଧିକ ପରିବାର ପ୍ରଭାବିତ ହେବେ।
ପ୍ରଭାବିତ ପରିବାରଙ୍କୁ ଯୋବ୍ରା ବ୍ରିଜ ଅପରପାର୍ଶ୍ୱରେ ଥଇଥାନ କରାଯିବ ବୋଲି ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏନେଇ ମହାନଗର ନିଗମ ସହ ଆଲୋଚନା କରାଯାଇଛି। ଥଇଥାନ ପୁର୍ନବାସ ପ୍ୟାକେଜ କାର୍ଯ୍ୟକାରୀ କରିବା ପାଇଁ କଟକ ଜିଲ୍ଲାପାଳଙ୍କୁ ପାଣ୍ଠି ଯୋଗାଇ ଦେବେ ସରକାର। ରାଜ୍ୟସରକାରଙ୍କ କ୍ଷତିପୂରଣ ଆଇନ ଅନୁସାରେ କ୍ଷତିପୂରଣ ମିଳିବ ଓ ବାସହରା ପରିବାରକୁ ଜରୁରୀ ବ୍ୟବସ୍ଥା ପାଇଁ ୧ ଲକ୍ଷ ଟଙ୍କା ସହାୟତା ମିଳିବ।

Comments are closed.