Odisha Link
Bridging the Missing Links in Odisha

ଗଣେଶ ଆଚାର୍ଯ୍ୟଙ୍କ ନାଁରେ ସଙ୍ଗିନ ଅଭିଯୋଗ

ମୁମ୍ବାଇ: ଜଣାଶୁଣା କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ଏବେ ଅଡୁଆରେ ପଡ଼ିଯାଇଛନ୍ତି। ଜଣେ ମହିଳା କୋରିଓଗ୍ରାଫର୍ ଗଣେଶଙ୍କ ନାଁରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ଅଭିଯୋଗ ଅନୁଯାୟୀ, ଗଣେଶ ତାଙ୍କ ଠାରୁ କମିଶନ୍ ନେବା ସହ ତାଙ୍କୁ ଅଶ୍ଲୀଳ ଭିଡିଓ ଦେଖିବାକୁ ବାଧ୍ୟ କରୁଥିଲେ। ମହିଳା ଜଣଙ୍କ ଗଣେଶଙ୍କ ବିରୋଧରେ ଅମ୍ବୋଲି ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ଏବେ ଏହାର ଏଫଆଇଆର୍‌ କପି ଚାରିଆଡେ ଭାଇରାଲ୍‌ ହୋଇଛି।

ଏଫ୍‌ଆଇଆର୍‌ କପିରେ ସେ କରିଛନ୍ତି ଯେ, ଗଣେଶ ଇଣ୍ଡିଆନ୍‌ ଫିଲ୍ମ ଆଣ୍ଡ ଟେଲିଭିଜନ୍ କୋରିଓଗ୍ରାଫର୍ସ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ହେବା ପର ଠାରୁ ତାଙ୍କୁ ହଇରାଣ କରୁଛନ୍ତି। ଏପରିକି କଥା ନ ମାନିବାରୁ ଗଣେଶ ତାଙ୍କ ପଦର ଅପବ୍ୟବହାର କରି ତାଙ୍କୁ ଆସୋସିଏସନ୍‌ରୁ ବାହାର କରି ଦେଇଛନ୍ତି ଏବଂ ତାଙ୍କୁ ତାଙ୍କର ଆସିଷ୍ଟାଣ୍ଟ ହେବାକୁ ବାଧ୍ୟ କରିଥିଲେ। ହେଲେ ମହିଳା ଜଣଙ୍କ ମାନି ନଥିଲେ ଓ ସ୍ୱତନ୍ତ୍ର ଭାବେ କାମ କରିବାକୁ ଚାହିଁଥିଲେ। ଏହି ମହିଳା କୋରିଓଗ୍ରାଫର ଜଣଙ୍କ ଆହୁରି ଲେଖିଛନ୍ତି ଯେ ସେ ଯେତେବେଳେ ଅଫିସ୍ ଯାଉଥିଲେ ଗଣେଶ ଅଶ୍ଲୀଳ ଭିଡିଓ ଦେଖୁଥିଲେ ଓ ତାଙ୍କୁ ବି ଦେଖିବାକୁ କହୁଥିଲେ। ସେ ଜଣେ ନାରୀପ୍ରେମୀ ଓ ଜୁଆପ୍ରେମୀ ବ୍ୟକ୍ତି।

Comments are closed.