Odisha Link
Bridging the Missing Links in Odisha

‘ଦେଶଦ୍ରୋହୀଙ୍କୁ ଗୁଳି ମାର’ କହିଲେ ଅନୁରାଗ ଠାକୁର, ରିପୋର୍ଟ ମାଗିଲେ ଇସି

ନୂଆଦିଲ୍ଲୀ: ବର୍ତ୍ତମାନ ଚର୍ଚ୍ଚାରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର। ନିର୍ବାଚନୀ ରାଲିରେ ବିବାଦୀୟ ବୟାନ ଦେଇ ଫସିଲେ ଅନୁରାଗ ଠାକୁର। ଦିଲ୍ଲୀର ରିଠାଲା ବିଧାନସଭା ଆସନରେ ବିଜେପି ଦ୍ବାରା ଆୟୋଜିତ ନିର୍ବାଚନୀ ରାଲିରେ ‘ଦେଶଦ୍ରୋହୀଙ୍କୁ ଗୁଳି ମାର’ ବୟାନ ନେଇ ନିର୍ବାଚନ ଆୟୋଗଙ୍କ ନଜରକୁ ଆସିଛନ୍ତି ଅନୁରାଗ। ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଅନୁରାଗ ଠାକୁରଙ୍କ ଏହି ଉତ୍ତେଜନାମୂଳକ ଭାଷଣ ଉପରେ ରିପୋର୍ଟ ମାଗିଛନ୍ତି। ଉତ୍ତର-ପଶ୍ଚିମ ନିର୍ବାଚନ ଆୟୋଗଙ୍କୁ ରିପୋର୍ଟ ମାଗିଛନ୍ତି ସିଇଓ। କଂଗ୍ରେସ ଅନୁରାଗଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି।

ଦିଲ୍ଲୀର ଏକ ନିର୍ବାଚନୀ ରୢାଲିରେ ଯୋଗଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଦେଶଦ୍ରୋହୀଙ୍କୁ ଗୁଳି ମାରିବାକୁ ଆହ୍ବାନ ଦେଇଥିଲେ। ରିଠାଲା ବିଧାନସଭା ଆସନରେ ମନୀଷ ଚୌଧୁରୀଙ୍କୁ ସମର୍ଥନରେ ଆୟୋଜିତ ଏକ ଜନସଭାରେ ଅନୁରାଗ ଠାକୁର ଶାହିନବାଗରେ ସିଏଏ ବିରୋଧରେ ଜାରି ରହିଥିବା ପ୍ରଦର୍ଶନ ଓ ଦେଶ ବିରୋଧୀ ନାରାକୁ ନେଇ ବିପକ୍ଷ ଦଳ ସହ ଯୋଡିଥିଲେ ।ଏହା ପରେ ସେ ନିଜ ଭାଷଣରେ ଏହି ନାରା ଲଗାଇଥିଲେ। ଏହି ନିର୍ବାଚନୀ ସଭାରେ କେନ୍ଦ୍ରୀୟ ମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ଉପସ୍ଥିତ ରହିଥିଲେ। ଏବେ ଏହି ଭାଷଣ ଉପରେ ରିପୋର୍ଟ ମାଗିଛନ୍ତି ଇସି।

ଅନ୍ୟପଟେ ବିବାଦୀୟ ବୟାନ ନେଇ ସଫେଇ ଦେଇଛନ୍ତି ଅନୁରାଗ ଠାକୁର। ଗୁଳି ମାର ବୟାନକୁ ବିରୋଧ ହେବା ପରେ ଠାକୁର କହିଛନ୍ତି ଯେ, ଭିଡିଓକୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ ଓ ଦିଲ୍ଲୀ ଜନତାଙ୍କ ମୁଡକୁ ବୁଝନ୍ତୁ ବୋଲି କହିଛନ୍ତି ।ଏଠାରେ ସୂଚନା ଯୋଗ୍ୟ ଯେ, ଦିଲ୍ଲୀର ସମସ୍ତ ୭୦ ବିଧାନସଭା ଆସନରେ ଫେବୃଆରୀ 8 ତାରିଖରେ ଭୋଗ ଗ୍ରହଣ ହେବାକୁ ଥିବା ବେଳେ ୧୧ ତାରିଖରେ ଫଳାଫଳ ଘୋଷଣା ହେବ । ୨୦୨୦ ନିର୍ବାଚନରେ ଆପ୍‌ ଓ ବିଜେପି ମଧ୍ୟରେ କଡା ଟକ୍କର ହେବ।

Comments are closed.