Odisha Link
Bridging the Missing Links in Odisha

କରୋନା ମୁକାବିଲା ପାଇଁ ସିଡିଏମ୍ଓଙ୍କ ସହ ସ୍ୱାସ୍ଥ୍ୟ ସଚିବଙ୍କ ବୈଠକ

ଭୁବ‌ନେଶ୍ବର: କରୋନା ଭାଇରସ୍‌ର ମୁକାବିଲା ପାଇଁ ଆଜି ସବୁ ଜିଲ୍ଲାର ସିଡିଏମଓଙ୍କ ସହ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟ ସଚିବ। କରୋନା ଭାଇରସ୍‌ ପାଇଁ ସମସ୍ତ ଜିଲ୍ଲା ମେଡିକାଲରେ କିପରି ଭାବରେ ପ୍ରସ୍ତୁତି ରହିଛି ଓ ଯଦି କରୋନା ଲକ୍ଷଣ କାହାଠାରେ ଦେଖାଦିଏ ତେବେ କିଭଳି ବ୍ୟବସ୍ଥା ଗ୍ରହଣ କରାଯିବ ସେ ସଂକ୍ରାନ୍ତରେ ଆଲୋଚନା କରାଯାଇଛି।

ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ଆଜି ସୁଦ୍ଧା ୧୨ଟି ଦେଶରୁ ୪ ହଜାର ୫୬୫ ସମ୍ଭାବ୍ୟ ସଂକ୍ରମଣ ସୂଚନା ଆସିଛି। ଚୀନରେ କେବଳ ୧୦୬ ଜଣ ମରିଛନ୍ତି ଓ ୨୮ ଶହରୁ ଅଧିକ ଆକ୍ରାନ୍ତ ଅଛନ୍ତି। ୯୮ ପ୍ରତିଶତ ମୃତ୍ୟୁ ଖବର ଚୀନର ଉହାନ ସହରରୁ। ଚୀନରୁ ଫେରିଥିବା କାକଟପୁର ଯୁବକଙ୍କ ଶରୀରରେ କେବଳ ଥଣ୍ଡା ଲକ୍ଷଣ ଦେଖାଯାଇଛି। ଏହାବ୍ୟତୀତ ଅଧିକ କିଛି ମିଳିଲାନାହିଁ। କରୋନା ଭାଇରସ୍‌ର କୌଣସି ଔଷଧ ନଥିବାରୁ ଏ ନେଇ ପ୍ରତିଷେଧମୂଳକ ଭାବେ ସତର୍କ ରହିବାକୁ ପଡିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

ଏ ନେଇ ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଭିଡିଓ କନଫେରନ୍ସିଂ ମାଧ୍ୟମରେ କଥା ହୋଇଥିଲେ। ସବୁ ଜିଲ୍ଲାର ସିଡିଏମ୍‌ଓମାନଙ୍କୁ ସଚେତନ କରାଯିବା ପରେ ସେମାନେ ଅନ୍ୟମାନଙ୍କୁ ସଚେତନ କରିବେ।ଏବେ ରାଜ୍ୟରେ କରୋନା ଭୂତାଣୁ ପରୀକ୍ଷା ପାଇଁ ଟେଷ୍ଟିଂ କିଟ୍‌ ନାହିଁ। ଆସନ୍ତା ୧ ରୁ ୨ସପ୍ତାହ ମଧ୍ୟରେ ଆର୍‌ଏମ୍‌ଆର୍‌ସିରେ ଏହା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ଗତକାଲି କେବଳ ୧୩ ଶହ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ କେରାନା ଭାଇରସ ସନ୍ଦେହରେ ରାମମନହୋର ଲୋହିଆ ମେଡିକାଲରେ ୩ ଜଣଙ୍କୁ ଭର୍ତ୍ତି କରାଯାଇଛି।

Comments are closed.