ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ

ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି। ବାର୍ଡ ଫ୍ଲୁ ଆଶଙ୍କାରେ ଆଜିଠୁ ଅନ୍ୟାଦେଶ ଯାଏ ନନ୍ଦନକାନନରେ ପକ୍ଷୀ ବିହାର ବନ୍ଦ ରହିବ। ବାର୍ଡ ଫ୍ଲୁ କେନ୍ଦ୍ର ସ୍ଥଳ ଓୟୁଏଟିଠାରୁ ଏକ କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ କୁକୁଡ଼ା ମରାଯିବ। କୁକୁଡ଼ା ମରାଯାଇ ଗଭୀର ଗାତ ଖୋଳି ପୋତିବାକୁ ନିର୍ଦ୍ଦେଶ ଦିଆଯାଇଛି। କୁକୁଡ଼ା ମରା ପାଇଁ ୧୨ଟି ଟିମ ଗଠନ କରାଯାଇଛି । ୭ଟି ଟିମ୍ କୁକୁଡ଼ା ମରା ଅଭିଯାନରେ ନିୟୋଜିତ ହେବେ, ଅନ୍ୟ ୫ଟି ଟିମକୁ ଏହାକୁ ଜଗିବେ।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ଧରି ଭୁବନେଶ୍ୱର ଓୟୁଏଟିରେ ପରୀକ୍ଷଣ ପାଇଁ ଥିବା କୁକୁଡ଼ାଙ୍କ ଅସ୍ୱଭାବିକ ମୃତ୍ୟୁ ହେଉଥିଲା। ମୃତ କୁକୁଡ଼ାଙ୍କ ସଂଖ୍ୟା ୨ରୁ ୩ ହଜାର ଥିବା ମଧ୍ୟ ସୂଚନା ରହିଛି । ଏହାପରେ ମୃତ କୁକୁଡ଼ାଙ୍କ ସାମ୍ପଲକୁ ଭୋପଳ ସ୍ଥିତ ଟେଷ୍ଟିଂ ଲ୍ୟାବ ସେଣ୍ଟରକୁ ପଠାଯାଇଥିଲା। ତେବେ ଟେଷ୍ଟିଂ ପରେ ମୃତ କୁକୁଡ଼ାଙ୍କୁ ବାର୍ଡ ଫ୍ଲୁ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି ।ପାଖାପାଖି ମାର୍କେଟ ଥିବା କାରଣରୁ ବାର୍ଡ ଫ୍ଲୁ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି। ଓୟୁଏଟିର ରିସର୍ଚ୍ଚ ଫାର୍ମରେ ସହସ୍ରାଧିକ କୁକୁଡ଼ା ରହିଥିବା ସୂଚନା ରହିଛି।
Comments are closed.