Odisha Link
Bridging the Missing Links in Odisha

ଆତ୍ମସମର୍ପଣ କଲା ମାଓ ନେତା ପୋଗା ସୁରିନ

ରାଉରକେଲା: ରାଉରକେଲା ପୋଲିସ ସହ ସିଆରପିଏଫ ୯ ବାଟାଲିୟନ ନିକଟରେ ଆତ୍ମସମର୍ପଣ କରିଛି ଟପ୍ ମାଓ ନେତା ପୋଗା ସୁରିନ। ଆତ୍ମସମର୍ପଣ କରିଥିବା ମାଓନେତା ପୋଗା ସୁରିନର ଘର ଝାଡ଼ଖଣ୍ଡ ଛୋଟାନଗର ଥାନା ସୋନାପି ଗାଁରେ।
୨୦୧୩ ମସିହାରେ ପୋଗା ସୁରିନ ମାଓ ସଙ୍ଗଠନରେ ଯୋଗଦେଇ ପ୍ରଥମେ ବିଶ୍ରା ଗ୍ରୁପରେ ସକ୍ରିୟ ଥିଲା। ପରେ ୨୦୧୫ରେ ବାପା ମା’ଙ୍କୁ ଦେଖା କରିବାକୁ ଯାଇ ମାଓ ସଙ୍ଗଠନ ଛାଡି ଛତିଶଗଡ଼ର ରାଇଗଡ଼ ପରେ ଝାଡଗଣ୍ଡ ଟାଟାନଗରର ଏକ କମ୍ପାନୀରେ କାମ କରୁଥିଲା। ପୁଣି ୨୦୧୮ ମାର୍ଚ୍ଚରେ ଦର୍ଶନ ମାଓ ସଙ୍ଗଠନରେ ଯୋଗ ଦେଇଥିଲା ପୋଗା ସୁରିନ।
ଆତ୍ମସମର୍ପଣ କରିଥିବା ଟପ୍ ମାଓନେତା ପୋଗା ସୁରିନ ଓଡିଶା ସୀମାନ୍ତ ଝାଡ଼ଖଣ୍ଡ ସହ ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଡିଭିଜନରେ ସକ୍ରିୟ ଥିଲା। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଲାଲବାହିନୀଠୁ ଦୂରେଇ ଆତ୍ମସମର୍ପଣ କରିଛି

Comments are closed.