Odisha Link
Bridging the Missing Links in Odisha

ଓଡ଼ିଶାରେ ନାହିଁ କରୋନା ଭୂତାଣୁ

ଭୁବନେଶ୍ୱର: ଏଯାଏଁ ଓଡ଼ିଶାରେ କୌଣସି କରୋନା ସନ୍ଦିଗ୍ଧ ନାହାନ୍ତି। କୌଣସି ଜଣେ ହେଲେ ବି କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇନାହିଁ। ଗୁରୁବାର କରୋନା ମୁକାବିଲା ପାଇଁ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ଭିଡିଓ କନଫରେନ୍ସ ପରେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ରାଜ୍ୟରେ ଏପର୍ଯ୍ୟନ୍ତ କୌଣସି କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି। ଗତକାଲି ମାଲେସିଆ ଦେଇ ଚୀନରୁ ୨ ଜଣ ବ୍ୟକ୍ତି ଓଡ଼ିଶାକୁ ଫେରିଛନ୍ତି। ସେମାନଙ୍କ ଠାରେ କରୋନା ଲକ୍ଷଣ ନାହିଁ। ସେମାନଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି। ସେମାନଙ୍କ ପରିଚୟ ଗୋପନ ରହିଛି। ୧୫ ଦିନ ପରେ ପୁଣି ସେମାନଙ୍କ ପରୀକ୍ଷା ହେବ। ଏଯାଏଁ ରାଜ୍ୟରେ କୌଣସି ସନ୍ଦିଗ୍ଧ ଚିହ୍ନଟ ହୋଇନାହାନ୍ତି। ଚିହ୍ନଟ ହେଲେ ପୁନେକୁ ରକ୍ତ ପରୀକ୍ଷା ପାଇଁ ପଠାଯିବ ବୋଲି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ କହିଛନ୍ତି।

ସୂଚନା ଅନୁସରେ, ଆଜି କରୋନା ମୁକାବିଲା ପାଇଁ କେନ୍ଦ୍ର କ୍ୟାବିନେଟ ସଚିବ ଭିଡିଓ କନଫରେନ୍ସିଂ କରିଥିଲେ। ଏହି ଭିଡିଓ କନଫରେନ୍ସିଂରେ ସ୍ୱାସ୍ଥ୍ୟବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ ।

Comments are closed.