Odisha Link
Bridging the Missing Links in Odisha

ଅଡ଼ୁଆରେ ସାଂସଦ ଅନୁଭବ, ତାଙ୍କ ନାମରେ ଏତଲା

ଭୁବନେଶ୍ବର: ପୁଣିଥରେ ଅଡ଼ୁଆରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି। ନିର୍ବାଚନ ସମୟରେ ପୋଷ୍ଟର ଓ ଫ୍ଲେକ୍ସ ପ୍ରିଂଟ୍ କରି ଟଙ୍କା ଦେଇ ନଥିବା ଅଭିଯୋଗରେ ବଳଦେବ ଆଡ ମିଡିଆ ନାମକ କମ୍ପାନୀ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି। ବଳଦେବ ଆଡ ମିଡିଆର ମାଲିକ ସ୍ମୃତି ରଂଜନ ସ୍ୱାଇଁ ଅନୁଭବଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି।

୨୦୧୯ ସାଧାରଣ ନିର୍ବାଚନରେ ଅନୁଭବନ ମହାନ୍ତି କେନ୍ଦ୍ରାପଡ଼ାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ତାଙ୍କ ପାଇଁ ବଳଦେବ ଆଡ୍‌ ମିଡିଆ ଫ୍ଲେକ୍ସ, ବ୍ୟାନର, ହୋଡିଂ, ଭ୍ୟାନ୍‌ ଡେକୋରେଟିଂ ଓ ପୋଷ୍ଟର ତିଆରି କରିଥିଲା। ଏ ବାବଦକୁ ମୋଟ୍‌ ୩୨ ଲକ୍ଷ ୫୬ ହଜାର ୪୦୦ ଟଙ୍କାର ବିଲ୍‌ ହୋଇଥିଲା। ସେଥିରୁ ଅନୁଭବ ବିଭିନ୍ନ ପର୍ଯ୍ୟାୟରେ ୨୧ ଲକ୍ଷ ୧୦ ହଜାର ୯୬୧ ଟଙ୍କା ପୈଠ କରିଥିଲେ। ମାତ୍ର ବାକି ରହିଛି ୧୧ଲକ୍ଷ ୪୫ ହଜାର ୪୩୯ ଟଙ୍କା। ବାକି ଟଙ୍କା ପାଇବା ପାଇଁ ସ୍ମୃତି ରଂଜନ ସ୍ୱାଇଁ ବାରମ୍ୱାର ଅନୁଭବଙ୍କ ପାଖକୁ ଯାଉଛନ୍ତି। ମାତ୍ର ସେ ଧରାଛୁଆଁ ଦେଉନଥିବା ଅଭିଯୋଗ ହୋଇଛି। ଶେଷରେ କିଛି ଉପାୟ ନପାଇ ସ୍ମୃତି ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Comments are closed.