Odisha Link
Bridging the Missing Links in Odisha

ସଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ଦାୟିତ୍ୱ ନେଲେ ଓଡ଼ିଆ ଲେଫ୍ଟନାଣ୍ଟ ଜେନେରାଲ୍

ନୂଆଦିଲ୍ଲୀ: ଆଜି ଓଡ଼ିଆ ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି ସଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ଦାୟିତ୍ୱ ନେଇଛନ୍ତି। ଆର୍ମିର ସଦର୍ଣ୍ଣ ହେଡକ୍ୱାଟର୍ରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ପରେ ସେ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ପୁଣେରେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ୍‌ ଶ୍ରୀ ମହାନ୍ତି ।

ଗତ କିଛି ଦିନ ତଳେ ହିଁ ତାଙ୍କୁ ଏହି ପଦବୀରେ ନିଯୁକ୍ତି ମିଳିଥିଲା। ପାକିସ୍ତାନ ଓ ଚୀନ ସୀମାରେ ଅପରେସନ୍ ସହିତ ଆସାମ୍‌ରେ ଅନୁପ୍ରବେଶ ବିରୋଧୀ ମୁକାବିଲାରେ ଲେଫ୍ଟନାଣ୍ଟ ଜେନେରାଲ୍ ସି.ପି. ମହାନ୍ତିଙ୍କ ଅଭିଜ୍ଞତା ରହିଛି । ଭାରତୀୟ ସେନାର କମାଣ୍ଡର ଭାବେ ଦାୟିତ୍ୱ ସମ୍ଭାଳିବାରେ ସେ ହେଉଛନ୍ତି ଦ୍ୱିତୀୟ ଓଡ଼ିଆ। ଏହାପୂର୍ବରୁ ଲେଫ୍ଟନାଣ୍ଟ ଜେନେରାଲ୍ ଜେ. କେ. ମହାନ୍ତି ପ୍ରଥମ ଓଡ଼ିଆ ଆର୍ମି କମାଣ୍ଡର ଭାବେ କେନ୍ଦ୍ରୀୟ ମୁଖ୍ୟ ଭାବେ ନଯୁକ୍ତି ପାଇଥିଲେ।

Comments are closed.