Odisha Link
Bridging the Missing Links in Odisha

ସଂସଦରରେ ବଜେଟ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: ସଂସଦର ସେଣ୍ଟାଲ୍‌ ହଲରେ ଆରମ୍ଭ ହେଲା ବଜେଟ ଅଧିବେଶନ। ଆଜି ଅଧିବେଶନରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଚାଲିବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ଆଜି ଠାରୁ ଆରମ୍ଭ ହୋଇ ଫେବୃଆରୀ ୧୧ ପର୍ଯ୍ୟନ୍ତ ଚାଲିବ ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୨ରୁ ଏପ୍ରିଲ ୩ ପର୍ଯ୍ୟନ୍ତ ଚାଲିବ। ଆଜିର ଅଧିବେଶନରେ ଉଭୟ ଗୃହର ସଦସ୍ୟମାନଙ୍କୁ ରାଷ୍ଟ୍ରପତି ନୂଆ ଭାରତ ନିର୍ମାଣ ପାଇଁ ସମ୍ବୋଧନ କରି କହିଲେ, ଏହି ଦଶନ୍ଧି ନୂଆ ଭାରତ ନିର୍ମାଣ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ପୂଜ୍ୟ ବାପୁଙ୍କ ଗ୍ରାମ ସ୍ବରାଜର ସ୍ବପ୍ନ, ନେହେରୁଙ୍କ ଆଧୁନିକ ଭାରତ ନିର୍ମାଣ ଅଥବା ଦୀନ ଦୟାଲ ଉପାଧ୍ୟାୟଙ୍କ ଅନ୍ତୋଦୟ ସ୍ବପ୍ନ, ଭାରତର ସମ୍ବିଧାନ ସ୍ବପ୍ନ ପୂରା କରିବାରେ ଆମର ମାର୍ଗଦର୍ଶକ ଅଟେ। ଆମ ସମ୍ବିଧାନ ଦେଶର ନାଗରିକମାନଙ୍କ ଅଧିକାରର ସୁରକ୍ଷା କରିବା ସହ ଦେଶବାସୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରୁଛି। ୩ ତଲାଖ ବିଲ, ଉପଭୋକ୍ତା ଆଇନ ପ୍ରଣୟନ କରାଯାଇଛି ଏବଂ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ମୋ ସରକାର କାମ କରୁଛି। ଅର୍ନ୍ତଜାତୀୟସ୍ତରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଛି। ଜାମ୍ମୁକାଶ୍ମୀର ଓ ଲଦାଖ ମୁଖ୍ୟ ଧାରାରେ ସାମିଲ ହୋଇଛି। ମୋ ସରକାର ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ଵାସ ମନ୍ତ୍ରରେ ଚାଲିବା ସହ ସମ୍ପୂର୍ଣ୍ଣ ନିଷ୍ଠା ଏବଂ ସଚ୍ଚୋଟତାର ସହିତ କାମ କରୁଛି।

ସୂଚନାଯୋଗ୍ୟ, ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଦେଶବ୍ୟାପୀ ଆର୍ଥିକ ମାନ୍ଦାବସ୍ଥା ଚାଲିଥିବାବେଳେ ଏହି ଅଧିବେଶନ ଅତ୍ୟନ୍ତ ଗୁରୁତ୍ବ ବହନ କରୁଛି।

Comments are closed.