Odisha Link
Bridging the Missing Links in Odisha

ବ୍ୟାରେଜରେ ଖସିପଡ଼ିଲା କାର୍ : ଦୁଇ ମୃତ

ଗଜପତି: ବ୍ୟାରେଜକୁ କାର୍‌ ଖସିବା ପରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ ପାରଳାଖେମୁଣ୍ଡିରୁ କାକିନାଡା ଅଭିମୁଖେ ଯାଉଥିବା ଏକ କାର୍ ଆନ୍ଧ୍ରପ୍ରଦେଶର ଗୋଟା ବ୍ୟାରେଜକୁ ଖସିପଡିବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦୁଇ ଜଣ ହେଲେ କାକିନାଡାର ଏନଭିଏସ.ପବନ, ଖମାମର ବି.ଚନ୍ଦ୍ର।
ସେହିପରି ଗୁରୁତରମାନେ ହେଲେ କାକିନାଡାର ଏସ୍.ପ୍ରବୀଣ, ବୋବିଲିର ଏସ୍.ମହେଶ୍ବର ରାଓ ଏବଂ ମଗୋଲତୁରୁର ପି.ଭି.ଗିରିପ୍ରସାଦ ବୋଲି ହିରମଣ୍ଡଳ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏ ସମସ୍ତେ କରମଣ୍ଡଳ ଫର୍ଟିଲାଇଜର୍ସରେ କାମ କରୁଥିଲେ। ଜଣେ ସାଙ୍ଗର ବାହାଘର ପାଇଁ ପାରଳାଖେମୁଣ୍ଡି ଆସି ଫେରିବା ସମୟରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି।

Comments are closed.