Odisha Link
Bridging the Missing Links in Odisha

ବଜେଟ ୨୦୨୦: ବ୍ୟାଙ୍କ ଜମା ଉପରେ ୫ ଲକ୍ଷ ଟଙ୍କାର ଗ୍ୟାରେଣ୍ଟି

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ୍‌ ସିଷ୍ଟମ୍‌ରେ ସୁଧାର ଆଣିବା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପୂର୍ବରୁ ବ୍ୟାଙ୍କ୍‌ ଜମାକାରୀଙ୍କ ଆକାଉଣ୍ଟ୍‌ ସୁରକ୍ଷା ପାଇଁ ଡିପୋଜିଟ୍‌ ଇନ୍‌ସ୍ୟୁରାନ୍ସ ୧ ଲକ୍ଷ ଟଙ୍କା ଥିଲା। ଆଜିର ବଜେଟ୍‌ରେ ଏହି ଡିପୋଜିଟ୍‌ ଇନ୍‌ସ୍ୟୁରାନ୍ସକୁ ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ନେଇ ଘୋଷଣା କରାଯାଇଛି। ଏଣିକି ବ୍ୟାଙ୍କ୍‌ ଜମାକାରୀଙ୍କୁ ୫ ଲକ୍ଷ ଟଙ୍କାର ସୁରକ୍ଷା ଗ୍ୟାରେଣ୍ଟି ମିଳିବ। ବ୍ୟାଙ୍କ୍‌ର ସମସ୍ତ ଶାଖାରେ ଏହି ନିୟମ ଲାଗୁ ହେବ। ଏଥିରେ ମୂଳଧନ ଓ ସୁଧ ଉଭୟ ସାମିଲ ହେବ। ଅର୍ଥାତ୍‌ ଉଭୟ ମିଶି ଯଦି ୫ ଲକ୍ଷ ଟଙ୍କାରୁ ଅଧିକ ହେବ, ତା’ହେଲେ ୫ ଲକ୍ଷ ଟଙ୍କାର ଅର୍ଥରାଶିକୁ ସୁରକ୍ଷିତ ବୋଲି ବିଚାର କରାଯିବ।

ସରକାରୀ ବ୍ୟାଙ୍କ ପାଇଁ ୩ ଲକ୍ଷ ୫୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା। ଏଥିସହ ଆଇଡିବିଆଇ ବ୍ୟାଙ୍କ ଏବଂ ଏଲଆଇସିରୁ ବଡ ଅଂଶଧନ ବିକ୍ରି କରିବେ କେନ୍ଦ୍ର ସରକାର। ଏନେଇ ଆଇପିଓ ଆଣିବେ ସରକାର। ଏହାଛଡା କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗକ ପାଇଁ ଭିନ୍ନ ଋଣ ବ୍ୟବସ୍ଥା ଘୋଷଣା କରିଛନ୍ତି ସରକାର।

Comments are closed.