Odisha Link
Bridging the Missing Links in Odisha

ଇତିହାସର ସବୁଠାରୁ ଲମ୍ବା ବଜେଟ ଭାଷଣ ଫମ୍ପା: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଜି ମୋଦି-୨ ସରକାରର ପ୍ରଥମ ସାଧାରଣ ବଜେଟ୍‌ ଉପସ୍ଥାପିତ ହୋଇଯାଇଛି। ଆଜି ୨୦୨୦-୨୧ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଦୀର୍ଘ ଦୁଇ ଘଣ୍ଟା ୪୧ ମିନିଟ୍‌ ଧରି ଦେଶବାସୀଙ୍କ ପାଇଁ ବଜେଟରେ ହୋଇଥିବା ବ୍ୟବସ୍ଥା ଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ଆଉ କିଛି ତଥ୍ୟ ଘୋଷଣା କରିବା ପୂର୍ବରୁ ସେ ଅଧାରୁ ଏହାକୁ ବନ୍ଦ କରିଦେଇଛନ୍ତି। ବଜେଟ ବହି ସରିବାକୁ ଆଉ ୨ ପୃଷ୍ଠା ବାକି ଥିବା ବେଳେ ସୀତାରମଣ କ୍ଲାନ୍ତ ଅନୁଭବ କରିଥିଲେ। ତାଙ୍କ ମୁଣ୍ଡରୁ ମଧ୍ୟ ଝାଲ ବୋହିବା ଆରମ୍ଭ ହୋଇଥିଲା। ଏଥିପାଇଁ ସେ ବାଚସ୍ପତି ଓମ ବିର୍ଲାଙ୍କ କହିଥିଲେ ଯେ “ସାର୍‌ ଆଉ ମାତ୍ର ଦୁଇ ପୃଷ୍ଠା ବାକି ରହିଛି। ହେଲେ ମୁଁ ଭାବୁଛି ଏହି ଦୁଇ ପୃଷ୍ଠା ପଢ଼ିପାରିବି ନାହିଁ।”

ବଜେଟ ଆଗତ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରତିକ୍ରିୟା ରଖିଛନ୍ତି। ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଆଜିର ଦିନରେ ବେରୋଜଗାର ହେଉଛି ବଡ଼ ସମସ୍ୟା। ଦେଶର ଯୁବକଙ୍କ ପାଖରେ ଚାକିରି ନାହିଁ । ହେଲେ ଆଜିର ବଜେଟ ଘୋଷଣାରେ ଏହି ସମସ୍ୟାକୁ ଏଡ଼ାଇବା ପାଇଁ ସେମତି କିଛି ପଦକ୍ଷେପ ଦେଖିବାକୁ ମିଳିଲାନି’’। ଦେଶରେ ବହୁତ ସମସ୍ୟା ଅଛି ହେଲେ ସେଥିପ୍ରତି ସରକାରଙ୍କ ଦୃଷ୍ଟି ନାହିଁ ବୋଲି ରାହୁଲ କହିଛନ୍ତି। ଏଥିସହିତ ତାତ୍ସଲ୍ୟ କରି କହିଛନ୍ତି ଯେ, ଚଳିତ ବଜେଟ ଅଭିଭାଷଣ ଇତିହାସର ସବୁଠାରୁ ଲମ୍ବା ଭାଷଣ ଅଟେ। ହେଲେ ଏଥଇରେ କିଛି ବି ନାହିଁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବଜେଟରେ ଯୁବକଙ୍କ ପାଇଁ କିଛି ନାହିଁ। ଏମିତି କିଛି ବି ଘୋଷଣା ହୋଇନାହିଁ ଯେଉଁଥରୁ ଯୁବକମାନେ ଲାଭବାନ ହୋଇପାରିବେ। ଏଥରୁ ସ୍ପଷ୍ଟ ହେଉଛି ଯେ କେନ୍ଦ୍ର ସରକାର ଯୁବକଙ୍କ ପାଇଁ କେବଳ ଭାଷଣ ଦିଅନ୍ତି ହେଲେ କିଛି କରନ୍ତି ନାହିଁ।

ଅର୍ଥମନ୍ତ୍ରୀ ନିର୍ମଳା ଭଲ ଭାଷଣ ଦେଲେ। କିନ୍ତୁ ବଜେଟ ସମ୍ବନ୍ଧୀୟ ଗଣିତ ସ୍ପଷ୍ଟ କରିବାରେ ସେ ବିଫଳ ବୋଲି କଂଗ୍ରେସ କହିଛି।

Comments are closed.