Odisha Link
Bridging the Missing Links in Odisha

କଟକ ସହରର ଅଧିକ ସୌନ୍ଦର୍ଯ୍ୟକରଣ କରାଯିବ : ପ୍ରତାପ

ଭୁବନେଶ୍ୱର : ପୂର୍ବାହ୍ନରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ କଟକ ସହରର ଅଧିକ ସୌନ୍ଦର୍ଯ୍ୟକରଣ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କଟକର ମୁଖ୍ୟ ରାସ୍ତାଗୁଡ଼ିକ ଯଥା-ମଧୁ ପାଟଣାଠାରୁ ବାଦାମବାଡ଼ି ରାସ୍ତା, କଟକ ରେଲ୍‌ଓ୍ୱେ ଷ୍ଟେସନ୍‌ଠାରୁ ରେଭେନ୍ସା କଲେଜ, ମଙ୍ଗଳାବାଗ୍‌ ରୋଡ୍‌, ଜୋବ୍ରା ରୋଡ୍‌ ଓ ସତୀଚଉରା ରୋଡ୍‌ଗୁଡ଼ିକର ପ୍ରଶସ୍ତିକରଣ ଓ ଉନ୍ନତିକରଣ କାର୍ଯ୍ୟ ସହିତ ବୃକ୍ଷରୋ ପଣ, ଆଲୋକୀକରଣ, ପରିମଳ ବ୍ୟବସ୍ଥା ଆଜି କାର୍ଯ୍ୟକୁ ଅତ୍ୟାଧୁନିକ ପଦ୍ଧତିରେ କରାଯାଇ ସହରକୁ ସ୍ମାର୍ଟ ସିଟି କରିବା ଉପରେ ମନ୍ତ୍ରୀ  ଜେନା ଗୁରୁତ୍ୱାରୋପ କରିଥିଲେ ।

ଏଥି ସହିତ କଟକ ସହରରେ ସପିଙ୍ଗ୍‌ ପ୍ଲାଜା, ବିବାହ ମଣ୍ଡପ ଇତ୍ୟାଦି ନିର୍ମାଣ ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସ, ନିର୍ବାହୀ ଅଧିକାରୀ ରମେଶ କୁମାର ମହାନ୍ତି, ପୂର୍ବତନ କେ ର୍ପାରେଟର ରଞ୍ଜନ କୁମାର ବିଶ୍ୱାଳ, ସି.ଡି.ଏର ଆଇନ ଅଧିକାରୀ ଜ୍ଞାନଚନ୍ଦ୍ର ପ୍ରସାଦ ସାମଲ, ମହମ୍ମଦ ଏ ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments are closed.