Odisha Link
Bridging the Missing Links in Odisha

ନିର୍ଭୟା ଦୋଷୀ ବିନୟର ରାଜକ୍ଷମା ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଆଜି ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ନିର୍ଭୟା ମାମଲାର ୪ ଦୋଷୀ ଫାଶୀ ପାଇବାର ଥିଲା କିନ୍ତୁ ଦୋଷୀଙ୍କ ପାଖରେ ନ୍ୟାୟିକ ବିକଳ୍ପ ସୁଯୋଗ ରହିଥିବାରୁ ଏହା ପୂର୍ବରୁ ଗତକାଲି ପଟିଆଲା ହାଉସ୍‌ କୋର୍ଟ ୪ ଦୋଷୀଙ୍କୁ ଫେବ୍ରୁଆରି ୧ ତାରିଖରେ ଫାଶୀ ଦିଆଯିବ ନାହିଁ ଏବଂ ଫାଶୀ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଛନ୍ତି। ତେବେ ପରବର୍ତ୍ତୀ କେଉଁ ତାରିଖରେ ଫାଶୀ ଦିଆଯିବ ତାହା ସ୍ପଷ୍ଟ କରିନାହାନ୍ତି।

ଅଦାଲତର ଫାଶୀ ଦଣ୍ଡାଦେଶ ଉପରେ ରହିତାଦେଶ ଫଇସଲା ପରେ ନିର୍ଭୟାଙ୍କ ମା’ଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିବା ଓକିଲ କହିଥିଲେ ଯେ ଫାଶୀକୁ ବିଳମ୍ବ କରିବା ପାଇଁ ଦୋଷୀଙ୍କ ପକ୍ଷରୁ ବିଭିନ୍ନ କୂଟକୌଶଳ ଅବଲମ୍ବନ କରାଯାଉଛି। ସେହିପରି ନିର୍ଭୟାଙ୍କ ମା’ ଫାଶୀ ବିଳମ୍ବିତ ହେଉଥିବା ନେଇ ତାଙ୍କର ନିରାଶା ବ୍ୟକ୍ତ କରିଥିଲେ ହେଁ, ଆଇନ ଉପରେ ତାଙ୍କର ଭରସା ରହିଛି ବୋଲି ଗଣମାଧ୍ୟମକୁ କହିଥିଲେ।

Comments are closed.