Odisha Link
Bridging the Missing Links in Odisha

ବସଷ୍ଟାଣ୍ଡରେ ହେବ ସପିଂ ମଲ ଓ ମଲଟି ପ୍ଲେକ୍ସ: ମନ୍ତ୍ରୀ

ଭୁବନେଶ୍ୱର: ଏଣିକି ଆଉ ବସଷ୍ଟାଣ୍ଡ ଅପରିଷ୍କାର ହେବ ନାହିଁ କି ଘଣ୍ଟାଘଣ୍ଟା ଅପେକ୍ଷା କରୁଥିବା ଯାତ୍ରୀମାନେ ଆଉ ବୋର ହେବେନାହିଁ। ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ଲୁପ୍ରିଂଟ ପ୍ରସ୍ତୁତ କରିଛନ୍ତି। ବସଷ୍ଟାଣ୍ଡରେ ଯାତ୍ରୀମାନଙ୍କ ପାଇଁ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସରକାର ପ୍ରୟାସ ଜାରି ରଖିଥିବା ବେଳେ ଏବେ ବସଷ୍ଟାଣ୍ଡଗୁଡ଼ିକୁ ଅତ୍ୟାଧୁନିକ ଛାପ ଦେବା ପାଇଁ ବ୍ଲୁପ୍ରିଂଟି ପ୍ରସ୍ତୁତ କରାଯାଇଛି। ବସଷ୍ଟାଣ୍ଡକୁ ବିମାନବନ୍ଦର ଭଳି ବିକଶିତ କରାଯିବା ସହ ସପିଂ ମଲ ଓ ମଲଟି ପ୍ଲେକ୍ସର ବ୍ୟବସ୍ଥା ମଧ୍ୟ ହେବ । କ୍ରୁଟ ପକ୍ଷରୁ ଆୟୋଜିତ ଏକ କର୍ମଶାଳାରେ ଏଭଳି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇ କହିଛନ୍ତିଯେ, ଓଏସଆରଟିସି ବସକୁ ମୋ ବସ ଭଳି ଉନ୍ନତିକରଣ କରାଯିବ। ପ୍ରମୁଖ ବସଷ୍ଟାଣ୍ଡଗୁଡ଼ିକ ବିମାନ ବନ୍ଦର ଭଳି ଉନ୍ନତ ହେବ। ପ୍ରମୁଖ ବସଷ୍ଟାଣ୍ଡରେ ସପିଂ ମଲ ଓ ମଲଟି ପ୍ଲେକସ ରହିବ। ସେହିପରି ଚଳିତ ବର୍ଷ ୫୦ଟି ଇ-ବସ ଚାଲିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି।

Comments are closed.