Odisha Link
Bridging the Missing Links in Odisha

ଅମିତ ଶାହଙ୍କୁୁ ଚ୍ୟାଲେଞ୍ଜ କଲେ ଅରବିନ୍ଦ କେଜ୍ରିଓ୍ବାଲ, କହିଲେ ଯେଉଁଠି କହିବେ ବିତର୍କ ପାଇଁ ମୁଁ ରାଜି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ୍ର କେଜ୍ରିଓ୍ବାଲ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦେଲେ ଚ୍ୟାଲେଞ୍ଜ। ଆପ୍‌ ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେଜ୍ରିଓ୍ବାଲ କହିଛନ୍ତି ଯେ, ଅମିତ ଶାହ ଦିଲ୍ଲୀରେ କହୁଛନ୍ତି କି ଆମକୁ ଭୋଟ ଦିଅ ଆମେ ମୁଖ୍ୟମନ୍ତ୍ରୀ ବାଛିବୁ। ଠିକ୍‌ ଅଛି ତେବେ ମୁଁ ଅମିତ ଶାହଙ୍କୁ ବିତର୍କ ପାଇଁ ନିମନ୍ତ୍ରଣ କରୁଛି। ଅମିତ ଶାହ ଯେଉଁଠି କହିବେ ମୁଁ ସେଠି ବିତର୍କ କରିବାକୁ ରାଜି ଅଛି ବୋଲି କହିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ।

ଏଥିସହିତ କେଜ୍ରିଓ୍ବାଲ ବିଜେପିକୁ ଟାର୍ଗେଟ କରି କହିଛନ୍ତି କି, ଏବେ ପୁରା ସ୍ପଷ୍ଟ ହୋଇ ସାରିଲାଣି ଯେ ବିଜେପି ପାଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚେହେରା କେହି ନାହାନ୍ତି। ଦିଲ୍ଲୀବାସୀ ଯଦି ବିଜେପିକୁ ଭୋଟ ଦେଉଛନ୍ତି ତେବେ ସେମାନେ ହିଁ ଜାଣିନଥିବେ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କିଏ ହେବ। ଏପରିକି ବିଜେପିକୁ ଦିଆଯାଇଥିବା ଭୋଟରେ ଅମିତ ଶାହ କେଉଁ ଅପାଠୁଆକୁ ମୁଖ୍ୟମନ୍ତ୍ରୀ ବନେଇ ପାରନ୍ତି। ଏଥିପାଇଁ ବିଜେପିକୁ ଭୋଟ ଦେଲେ ଦିଲ୍ଲୀବାସୀଙ୍କ ଭୋଟ ଖାଲକୁ ଯିବ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ।

ଗତକାଲି ଭୋଟ ଗ୍ରହଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ। ବିଜେପି ପାଖରେ ଯଦି ଦମ ଅଛି, ତା’ହେଲେ ଦଳ ଆସନ୍ତାକାଲି ୧ଟା ସୁଦ୍ଧା ତା’ ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରୁ ବୋଲି କହିଥିଲେ କେଜ୍ରିଓ୍ବାଲ। ଏଥିସହ କେଜ୍ରିୱାଲ ବିଜେପିର ଯେ କୌଣସି ନେତାଙ୍କ ସହ ବିତର୍କ କରିବାକୁ ପ୍ରସ୍ତୁତ ଥିବା ମଧ୍ୟ କହିଛନ୍ତି। ଯଦି ବିଜେପି ଆସନ୍ତାକାଲି ୧ଟା ସୁଦ୍ଧା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା ନ କରିବ, ତା’ହେଲେ ସେ ପୁଣିଥରେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଥିଲେ। ଏବଂ ଆଜି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିଥିଲେ।

Comments are closed.