Odisha Link
Bridging the Missing Links in Odisha

ଦୋଷୀ କପିଲର ଆପ୍‌ ସହ ଥିବା ସମ୍ପର୍କକୁ ନେଇ କଣ କହିଲେ କେଜ୍ରଓ୍ବାଲ?

ନୂଆଦିଲ୍ଲୀ: ଶାହିନ୍‌ ବାଗ୍‌ ଗୁଳିକାଣ୍ଡରେ ଗିରଫ ହୋଇଥିବା କପିଲ ଗୁର୍ଜରର ଆପ୍‌ ନେତାଙ୍କ ସହ ଥିବା ଫଟୋ ଏବେ ଭାଇରାଲ ହେବାରା ଲାଗିଛି। ଏହାକୁ ନେଇ ମୁହଁ ଖୋଲିଛନ୍ତି ଆପ୍‌ ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ। ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ଦିଲ୍ଲୀ ପୋଲିସକୁ ବ୍ୟବହାର କରୁଛି ବିଜେପି। ଯଦି କପିଲର ଆପ୍‌ ଦଳ ସହ କିଛି ସମ୍ବନ୍ଧ ଅଛି ତେବେ ତାକୁ କଠିନ ଦଣ୍ଡ ମିଳିବା ଦରକାର। ହେଲେ ଏସବୁ ନିର୍ବାଚନ ପୂର୍ବରୁ ବିଜେପିର ରାଜନୈତିକ ଷ୍ଟଣ୍ଟ । ଗୁଳି ଚଳେଇବା ପାଇଁ ଆମର ସକ୍ଷମ ନାହିଁ ବୋଲି କହିଛନ୍ତି କେଜ୍ରିଓ୍ବାଲ।

ବିଜେପି ସାଂସଦ ପ୍ରବେଶ ବର୍ମା କେଜ୍ରିଓ୍ବାଲଙ୍କୁ ଆତଙ୍କବାଦୀ ସହ ତୁଳନା କରିଥିଲେ। ଯାହାର ପ୍ରତିକ୍ରିୟା ଦେଇ ଅରବିନ୍ଦ କହିଛନ୍ତି ଯେ, ମୋତେ ଏ କଥା ବହୁତ ଦୁଃଖ ଦେଇଛି। ମୁଁ ଆଜି ପର୍ଯ୍ୟନ୍ତ ପରିବାର ଓ ପିଲାଙ୍କ ପାଇଁ କିଛି କରିନାହିଁ କାହିଁକିନା ନିଜକୁ ଦେଶ ସେବାରେ ନିୟୋଜିତ କରିଛି। ହେଲେ ଏଭଳି କଥା ମୋତେ ବହୁତ ବ୍ୟଥିତ କରିଛି ବୋଲି କହିଛନ୍ତି କେଜ୍ରିଓ୍ବାଲ।

Comments are closed.