Odisha Link
Bridging the Missing Links in Odisha

ପାର୍କିଂକୁ ନେଇ ବ୍ୟାଟରେ ଆକ୍ରମଣ

ଗଞ୍ଜାମ: ବାଇକ୍ ପାର୍କିଂକୁ ନେଇ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି। ଯୁବକଙ୍କୁ ତଳେ ପକାଇ ଏକ କ୍ରିକେଟ ବ୍ୟାଟରେ ପିଟି ଚାଲିଛନ୍ତି ଅନ୍ୟ ଜଣେ ଯୁବକ। ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଞ୍ଚଳରେ ହୋଇଥିବା ଏହି ମରଣାନ୍ତକ ଆକ୍ରମଣର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଜୁଆଲରେ ଦେଖାଯାଉଛି ଜଣଙ୍କୁ ଅନ୍ୟ କେଉଁଭଳି ନୃଶଂସ ଭାବେ ପିଟି ଚାଲିଛନ୍ତି ଏହି ଯୁବକ।
ପରିକି ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ପିଟୁଥିବା ଯୁବକଙ୍କୁ ଅଟକାଉ ନାହାଁନ୍ତି। ସୂଚନା ଅନୁଯାୟୀ ଗତ ୨୮ ତାରିଖରେ ଏହି ଘଟଣା ଘଟିଥିଲା। ଏଥିରେ ଯୁବକ ଓ ତାଙ୍କ ମା ଆହତ ହୋଇଥିଲେ। ପୋଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ ସ୍ଥାନୀୟ କଲ୍ୟାଣମଣ୍ଡପରେ ଏକ ଭୋଜି ଚାଲିଥିବାବେଳେ ପ୍ରଥମେ ବାଇକ ରଖିଲେ ସୁନୀଲ ମହାରଣା। ଏହି ସମୟରେ ରାଜା ନାମକ ଯୁବକ ଆସି ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଏହାର ଜବାବରେ ସୁନୀଲ ଓ ତାଙ୍କ ସାଙ୍ଗମାନେ ମିଶି ରାଜାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଯାହାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି। ଏହି ମାମଲାରେ ପୋଲିସ ଉଭୟ ପକ୍ଷର ଅଭିଯୁକ୍ତଙ୍କୁ ଗିରଫ କରିଛି।

Comments are closed.