Odisha Link
Bridging the Missing Links in Odisha

ସ୍କୁଲକୁ କରୋନା ଗାଇଡଲାଇନ

ଭୁବନେଶ୍ବର: ଦିନକୁ ଦିନ ନିଜ କାୟା ବିସ୍ତାର କରି ଅଣାୟତ୍ତ କରିଥିବା କରୋନା ଭାଇରସର ମୁକାବିଲା ପାଇଁ ସ୍କୁଲଗୁଡିକୁ ଗାଇଡଲାଇନ। କରୋନା ପାଇଁ ସ୍କୁଲଗୁଡିକୁ ଗାଇଡଲାଇନ ଜାରି କରିଛନ୍ତି ସ୍ବାସ୍ଥ୍ୟ ବିଭାଗ। ଗାଇଡଲାଇନ ମୁତାବକ, ପିଲାମାନେ ସାନିଟାଇଜରରେ ହାତ ଧୋଇବେ, ରୁମାଲ୍‌ ଦେଇ ଛିଙ୍କିବେ ଏବଂ କାଶିବେ। ସକାଳ ପ୍ରାର୍ଥାନା କ୍ଲାସ୍‌ରେ ପିଲାଙ୍କୁ ଏସବୁ ସୂଚନା ଦେବାକୁ ସମସ୍ତ ସ୍କୁଲ୍‌କୁ ନିର୍ଦ୍ଦେଶ। ଏନେଇ ପିଲାମାନଙ୍କୁ ସଠିକ ଅବଗତ କରାଯିବାକୁ ବିଇଓ, ଡିଇଓ ଅନୁଧ୍ୟାନ କରିବେ। ୧୪ ଦିନ ଯାଏଁ ସବୁ ସବୁ ସ୍କୁଲ୍‌ ଉପରେ ନଜର ରଖାଯିବା ସହ ପିଲାଙ୍କଠାରେ କରୋନା ଭାଇରସ ଜନିତ କୌଣସି ସଂକେତ ଦେଖାଦେଲେ ତୁରନ୍ତ ଚିକିତ୍ସା କରାଇବେ ସ୍କୁଲ କର୍ତ୍ତୃପକ୍ଷ। ବର୍ତ୍ତମାନ ଓଡିଶାରେ କରୋନା ଆକ୍ରାନ୍ତ ନାହାନ୍ତି, ସ୍ଥିତି ନିୟନ୍ତ୍ରଣ ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ସଚିବ, ଡିଏମ୍‌ଇଟି, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶ ସୂଚନା ଦେଇଛନ୍ତି।

Comments are closed.