Odisha Link
Bridging the Missing Links in Odisha

ଦିଲ୍ଲୀ ରାୟ: ପରାଜୟ ସ୍ୱୀକାର କଲା ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଗଣତି ଆରମ୍ଭରୁ ହିଁ ଆପ୍‌ ଦଳ ସରକାର ଗଠନ କରିବ ବୋଲି ଏକ ପ୍ରକାରର ସ୍ପଷ୍ଯ ହୋଇ ଯାଇଥିଲା। କିନ୍ତିୁ ବିଜେପି ବିଜୟ ନେଇ ଦମ୍ଭୋକ୍ତି କରୁଥିଲା ଏବଂ ଅପରାହ୍ଣ ୪ଟା ଯାଏ କିଛି ଚମତ୍କାର ହେବ ଓ ଦଳ ବିଜୟୀ ହେବ ବୋଲି ଅପେକ୍ଷା କରିଥିଲା। ଶେଷରେ ବିଜେପି ନିରାଶ ହୋଇ ପରାଜୟ ସ୍ୱୀକାର କରିଛି।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, “ଦିଲ୍ଲୀବାସୀ ଯେଉଁ ଜନାଦେଶ ଦେଇଛନ୍ତି, ତା’କୁ ବିଜେପି ଗ୍ରହଣ କରୁଛି। ଏହି ନିର୍ବାଚନରେ ବିଜେପି କର୍ମକର୍ତ୍ତାମାନେ ଯଥା ସମ୍ଭବ ପରିଶ୍ରମ କରିଥିଲେ। ସମସ୍ତଙ୍କୁ ମୋ ତରଫରୁ ଶୁଭେଚ୍ଛା ଓ ଧନ୍ୟବାଦ। ବିଜେପି ଦିଲ୍ଲୀ ଜନାଦେଶକୁ ଗ୍ରହଣ କରି ନିଷ୍ଠାପର ବିରୋଧୀ ଦଳ ଭାବେ କାର୍ଯ୍ୟ କରିବ। ଦିଲ୍ଲୀର ବିକାଶ ସହ ଜଡ଼ିତ ସମସ୍ତ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଉଠାଇବ। ଆମର ଆଶା ଆମ ଆଦମୀ ପାର୍ଟି ଦିଲ୍ଲୀରେ ବିକାଶ କରିବ। ମୁଁ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ପାର୍ଟିକୁ ଶୁଭେଚ୍ଛା ଜଣାଉଛି।”

Comments are closed.