Odisha Link
Bridging the Missing Links in Odisha

ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ସମାଲୋଚନା କଲା ବିଜେପି

ଭୁବନେଶ୍ବର: ଗତକାଲି ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ଉଭୟ ରାଜ୍ୟ ସରକାର ଓ ଜିଲ୍ଳା ପ୍ରଶାସନକୁ ଦାୟୀ କଲା ବିଜେପି। ଏସପି ନଭେଟିବାରୁ ନିରୁତ୍ସାହିତ ହୋଇ ଦେହରେ ନିଆଁ ଲଗାଇଥିବା ଅଭିଯୋଗ ଆଣିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। ଫାଇଭଟି ଓ ମୋ ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି। ବିଜେଡି ନେତ୍ରୀ ଆତ୍ମହୁତି ଦେଉଛନ୍ତି ହେଲେ ବିଜେଡି ଚୁପ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ତଦନ୍ତ କରନ୍ତୁ ବୋଲି ଲେଖାଶ୍ରୀ ଦାବି କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତକାଲି ବ୍ରହ୍ମପୁର ଏସପିଙ୍କ ଅଫିସ ସାମନାରେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର। ଗୁରୁତର ଅବସ୍ଥାରେ ସେ ବର୍ତ୍ତମାନ ଏମକେସିଜିରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଗତ ୨୮ ତାରିଖରେ ମିନାକ୍ଷୀଙ୍କ ଘର ସମ୍ମୁଖରେ ବାଇକ ପାର୍କିଂକୁ ନେଇ ଗଣ୍ଡଗୋଳ ହୋଇଥିଲା। ଯେଉଁଥିରେ ତାଙ୍କ ପୁଅ ରାଜା ମିଶ୍ରଙ୍କର ୪ ଜଣଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଆଉ ଏହାର ଭିଡିଓ ଭାଇରାଲ ହେବା ପରେ ଉଭୟ ପକ୍ଷର ଏତଲା କ୍ରମେ ପୁଲିସ ୫ ଜଣଙ୍କୁ ଗିରଫ କରିଥିଲା। ଏନେଇ ଏସପିଙ୍କୁ ଭେଟିବାକୁ ମିନାକ୍ଷୀ ଗତକାଲି ଏସପିଙ୍କ ଅଫିସକୁ ଯାଇଥିଲେ। ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତଦେଖାକରି ନପାରିବାରୁ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ।

Comments are closed.