Odisha Link
Bridging the Missing Links in Odisha

ଖସିଲା ରେଳ ଷ୍ଟେସନ ଓଭରବ୍ରିଜ ଛାତ

ଭୋପାଳ : ଆଜି ସକାଳେ ଭୋପାଳ ରେଳ ଷ୍ଟେସନରେ ଘଟିଛି ଅଘଟଣ। ରେଳ ଷ୍ଟେସନରେ ଥିବା ଫୁଟ୍‌ ଓଭରବ୍ରିଜର ଏକ ଅଂଶ ଖସିପଡ଼ିବାରୁ ୬ ଯାତ୍ରୀ ଆହତ ହୋଇଛନ୍ତି। ପ୍ଲାଟଫର୍ମ ନମ୍ବର ୩ରେ ଥିବା ଓଭର ବ୍ରିଜ୍‌ର ଛାତ ଖସିପଡିଛି। ଛାତ ଖସିବା ପରେ ଭୟରେ ଯାତ୍ରାମାନେ ଏଣେ ତେଣେ ଦୌଡିଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ କେତେଜଣ ଅବସ୍ଥା ଗୁରୁତର ରହିଛି। ଏହି ଅଘଟଣ ପରେ ରେଳ ବିଭାଗର ଅଧିକାରୀମାନେ ସେଠାରେ ପହଞ୍ଚିଛନ୍ତି। ସୂଚନା ଯୋଗ୍ୟ, ଗତ ବର୍ଷ ମୁମ୍ବାଇ ସିଏସ୍‌ଟି ନିକଟରେ ରେଳ ଓଭରବ୍ରିଜ୍‌ ଖସିପଡି ୬ ଜଣଙ୍କର ମୃତ୍ୟୁ ହୋଇଥିଲା

Comments are closed.