Odisha Link
Bridging the Missing Links in Odisha

ଗଞ୍ଜାମ ଦୁର୍ଘଟଣା ପାଇଁ ଶକ୍ତି ବିଭାଗ ଦାୟୀ : ପରିବହନ ମନ୍ତ୍ରୀ

ଭୁବନେଶ୍ବର: ଗଞ୍ଜାମ ବସ୍‌ ଦୁର୍ଘଟଣାର ଅନୁଧ୍ୟାନ ପରେ ବ୍ରହ୍ମପୁର ମେନ୍ଦ୍ରାଜପୁରରେ ବସରେ ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ଶକ୍ତି ବିଭାଗକୁ ଦାୟୀ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଗ୍ରାମ୍ୟ ଉନ୍ନୟନ ବିଭାଗର ସେମିତି ଦୋଷ ନାହିଁଁ। ଶକ୍ତି ବିଭାଗର ଦୋଷ ଦୁର୍ବଳତା ରହିଛି। ଖୁଣ୍ଟ ଝୁଲିକି ଥିବାରୁ ଏପରି ଦୁଃଖଦ ଘଟଣା ଘଟିଛି। ପୁରୁଣା ଖୁଣ୍ଟ ଏବେ ସୁଦ୍ଧା ଅଛି। ଘଟଣା ସ୍ଥଳକୁ ଯାଇ ବୁଲିକି ଆସିବା ପରେ ଏଭଳି କହିଛନ୍ତି ପରିବହନ ମନ୍ତ୍ରୀ।
ପରିବହନ ବିଭାଗର ତଦନ୍ତ ରିପୋର୍ଟ ଆସିସାରିଛି। ରିପୋର୍ଟ ଆସିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ ହୋଇଛି। କିଛି ଲୋକଙ୍କୁ ଦଣ୍ଡବିଧାନ ହୋଇସାରିଛି। ଘଟଣାର ସବିଶେଷ ଅନୁଧ୍ୟାନ ପରେ ଦୋଷ ତ୍ରୁଟି ଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ପରିବହନ ମନ୍ତ୍ରୀ। କେବଳ ଏତିକି ନୁହେଁ ବସ୍ ଆସୋସିଏସନ୍ ସହ ଆଗକୁ ଆଲୋଚନା ହେବ।
ଗତକାଲି ପରିବହନ ବିଭାଗର ଏକ ଟିମ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗତ ରବିବାର ମେନ୍ଦ୍ରାଜପୁଜରକୁ ନିର୍ବନ୍ଧ ପାଇଁ ଯାଉଥିବା ଏକ ବସ ୧୧ କେଭି ବିଦ୍ୟୁତ ସଂଶ୍ପର୍ସରେ ଆସିଥିଲା। ଏଥରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣାରେ ୪ ଜଣଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଡ୍ରାଇଭରକୁ ଗିରଫ କରାଯାଇଛି।

Comments are closed.