Odisha Link
Bridging the Missing Links in Odisha

କଂଗ୍ରେସର କ୍ରାଇମବ୍ରଞ୍ଚ ତଦନ୍ତ ଦାବି

ଭୁବନେଶ୍ବର: ବାଙ୍କୀ ଡବଲ ମର୍ଡର ଘଟଣାରେ ବିଜେଡିର ଲୋକ ସାମିଲ ଅଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ ଆଣିବା ସହ ଚଳିତ ବର୍ଷ ରାଜ୍ୟ ବଜେଟ୍ ଅତ୍ୟନ୍ତ ହତାଶଜନକ ବୋଲି ଅଭିଯୋଗ କରିଛି କଂଗ୍ରେସ ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ କହିଛି କି, ବାଙ୍କୀରେ ଜଣେ ସରପଞ୍ଚଙ୍କ ସ୍ୱାମୀ ଏବଂ ତାଙ୍କ ସହଯୋଗୀଙ୍କୁ ହତ୍ୟାକରାଯିବା ପଛରେ ବିଜେଡିର କିଛି ଲୋକ ସାମିଲ ଅଛନ୍ତି। ମୁଖ୍ୟମନ୍ତ୍ରୀ ଅହିଂସାର ନାରାଦେଉଥିବା ବେଳେ ତାଙ୍କ ଦଳ ଲୋକ ହିଂସାକୁ ଆପଣେଇଛନ୍ତି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଏହି ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦେବା ପାଇଁ ଦାବି କରିଛନ୍ତି ନିରଞ୍ଜନ। ତେବେ ଯଦି ସରକାର ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ କଂଗ୍ରେସ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି।
ସେହିଭଳି ରାଜ୍ୟ ବଜେଟକୁ ଓ ଟୋକନ ସମସ୍ୟାକୁ ନେଇ ବି ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ। ପିସିସି ସଭାପତି କହିଛନ୍ତି ଯେ, ବିଜେଡି ସରକାରରେ କୌଣସି ବି ବ୍ୟବସ୍ଥା ସିଷ୍ଟମେଟିକ୍ ହେଉନାହିଁ। ଯାହା ଫଳରେ ଓଡିଶାର ଚଷାପୁଅଙ୍କୁ ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡିଛି। ଅନ୍ୟପଟେ ଏଥରକ ରାଜ୍ୟ ବଜେଟ୍ ବି ହତାଶଜନକ ରହିଛି । ସରକାର ଓଡିଶାବାସୀଙ୍କ ସହ ପ୍ରତାରଣା କରିଛନ୍ତି। ଏପରିକି କୌଣସି ବି ପ୍ରତିଶ୍ରୁତିକୁ ରକ୍ଷା କରିବାକୁ ଚେଷ୍ଟା କରିନାହାନ୍ତି ରାଜ୍ୟ ସରକାର। କେନ୍ଦ୍ରର ଅନୁଦାନ କମିଛି କିନ୍ତୁ ପ୍ରତିକ୍ଷେତ୍ରରେ ଦେଖିବାକୁ ମିଳିଛି ଯେ ୧୮-୧୯ରେ ବ୍ୟୟ ଅଟକଳ ୧୮.୩ ରହିଥିଲା ବେଳେ ଚଳିତ ଆର୍ଥିକ ବର୍ଷ ତଥା ୨୦-୨୧ରେ ଏହା ୧୭.୪କୁ ଖସିଆସିଛି ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ।

Comments are closed.