Odisha Link
Bridging the Missing Links in Odisha

ପରିବାର ସହ ଶେଷ ସାକ୍ଷାତ ପାଇଁ ଦୋଷୀଙ୍କୁ ଚିଠି

ନୂଆଦିଲ୍ଲୀ: ଫାଶୀ ପୂର୍ବରୁ ପରିବାର ସହ ଶେଷ ସାକ୍ଷାତ ପାଇଁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କୁ ଚିଠି ଲେଖିଛନ୍ତି ତିହାର ଜେଲ୍‌ କର୍ତ୍ତୃପକ୍ଷ। ଦିଲ୍ଲୀର ପାଟିଆଲା ହାଉସ୍‌ କୋର୍ଟ ମାର୍ଚ୍ଚ ୩ ତାରିଖରେ ଦୋଷୀଙ୍କୁ ଫାଶି ପାଇଁ ତୃତୀୟ ଥର ସାନି ଡେଥ୍‌ ଓ୍ଵାରେଣ୍ଟ ଜାରି କରିଛନ୍ତି। ନିୟମ ଅନୁସାରେ ଫାଶୀର ୧୪ ଦିନ ପୂର୍ବରୁ ନିଜ ପରିବାରକୁ ଭେଟିବା ପାଇଁ ଦୋଷୀଙ୍କୁ ଚିଠି ଲେଖାଯାଏ। ଫେବୃଆରୀ ୧ ତାରିଖ ମୃତ୍ୟୁ ପର୍‌ଓ୍ଵାନା ପୂର୍ବରୁ ଚାରି ଦୋଷୀଙ୍କ ମଧ୍ୟରୁ ମୁକେଶ ଓ ପବନ ସେମାନଙ୍କ ପରିବାରର ଲୋକମାନଙ୍କୁ ଭେଟି ସାରି ଥିବା ନେଇକଥା ଜେଲ୍‌ କର୍ତ୍ତୃପକ୍ଷ ଚିଠରେ ଲେଖିଛନ୍ତି।

ଅକ୍ଷୟ ଓ ବିନୟ ସେମାନଙ୍କ ପରିବାରକୁ କେବେ ଭେଟିବାକୁ ଚାହାଁନ୍ତି ବୋଲି ତିହାର ଜେଲ୍‌ କର୍ତ୍ତୃପକ୍ଷ ସେମାନଙ୍କୁ ଚିଠିରେ ପଚାରିଛନ୍ତି। ଏହି ଚିଠି କେବଳ ଦୋଷୀମାନଙ୍କୁ ହିଁ ଲେଖାଯାଇଛି। କଏଦୀମାନେ ସାଧାରଣତଃ ଝରକା ବାଟେ ସେମାନଙ୍କ ପରିବାର ଲୋକମାନଙ୍କୁ ଭେଟିଥାନ୍ତି କିନ୍ତୁ, ନିର୍ଭୟା ଦୋଷୀମାନଙ୍କୁ ସିଧାସଳଖ ସେମାନଙ୍କ ପରିବାର ଲୋକଙ୍କ ସହ ଭେଟ ହେବାକୁ ଅନୁମତି ଦିଆଯିବ।

Comments are closed.