Odisha Link
Bridging the Missing Links in Odisha

ସୁପ୍ରିମକୋର୍ଟର ୬ ବିଚାରପତି ସ୍ବାଇନ୍‌ ଫ୍ଲୁରେ ସଂକ୍ରମିତ

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟର ୬ ଜଣ ବିଚାରପତି ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ। ଆଜି ଏନେଇ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ସୂଚନା ଦେଇଛନ୍ତି। ନ୍ୟାୟାଳୟର ୨ ନମ୍ବର କୋର୍ଟରେ ବିଚାରପତି ସଞ୍ଜୀବ ଖାନା ମାସ୍କ ପିନ୍ଧି ବସିଥିବା ଦେଖିବାକୁ ମିଳିଛି। ଫଳରେ ସୁପ୍ରିମ୍‌ କୋର୍ଟ ପରିସରରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଏଥିସହ ଜଷ୍ଟିସ ଚନ୍ଦ୍ରଚୂଡ଼ ଏ ସମ୍ପର୍କରେ ଜରୁରୀ ନିର୍ଦେଶନାମା ଜାରି କରିବା ସହ ପ୍ରତିଷେଧକ ଟୀକା ଦେବା ପାଇଁ ବ୍ୟବସ୍ଥା କରିବାକୁ ପ୍ରଧାନ ବିଚାରପତି ଏସ. ଏ. ବୋବଡେଙ୍କୁ ଅନୁରୋଧ କରିଛନ୍ତି।

ଏହି ଘଟଣାରେ ପ୍ରଧାନ ବିଚାରପତି ଏସ୍‌ ଏ ବୋବ୍‌ଡ଼େ ମଧ୍ୟ ଉଦ୍‌ବେଗ ପ୍ରକାଶ କରିବା ସହ ଅନ୍ୟ ବିଚାରପତିମାନଙ୍କ ସହ ଏକ ଜରୁରୀକାଳୀନ ବୈଠକ ଡକାଇ ଆଲୋଚନା କରି ସାରିବା ପରେ ସୁପ୍ରିମ୍‌ କୋର୍ଟ ବାର୍‌ କାଉସିଲ୍‌ର ସଭାପତିଙ୍କୁ ଡକାଇ ତାଙ୍କ ସହ ମଧ୍ୟ ଏ ପ୍ରକାର ପରିସ୍ଥିତି ସଂପର୍କରେ ଆଲୋଚନା କରିଥିବା ଜାଣିବାକୁ ମିଳିଛି।

Comments are closed.