Odisha Link
Bridging the Missing Links in Odisha

ବଢ଼ିଲା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଖର୍ଚ୍ଚ ଅନୁଦାନ

ଭୁବନେଶ୍ବର: ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ରହିଥିବା ସ୍ୱତନ୍ତ୍ର ଶିକ୍ଷା ଅନୁଷ୍ଠାନ ଗୁଡିକର ରକ୍ଷଣାବେକ୍ଷଣ ବାବଦରେ ଖର୍ଚ୍ଚ ହେଉଥିବା ଅନୁଦାନ ରାଶିକୁ ବୃଦ୍ଧି କରିଛନ୍ତି ରାଜ୍ୟସରକାର। ଆସନ୍ତା ଆର୍ଥିକ ବର୍ଷରୁ ଏହି ବର୍ଦ୍ଧିତ ରାଶି ସ୍କୁଲଗୁଡିକରେ ଲାଗୁ କରାଯିବ। ପୁର୍ବରୁ ଏହି ସ୍କୁଲ ଗୁଡିକର ହଷ୍ଟେଲରେ ରହୁଥିବା ଛାତ୍ର ଛାତ୍ରୀଙ୍କୁ ମୁଣ୍ଡ ପିଛା ୧୨୦୦ ଟଙ୍କାର ଆର୍ଥିକ ସହାୟତା ମିଳୁଥିବା ବେଳେ ଆସନ୍ତା ଏପ୍ରିଲ ପହିଲାରୁ ୧୭୬୦ ଟଙ୍କା ପ୍ରଦାନ କରାଯିବ।
ଠିକ୍‌ ସେହିଭଳି ହଷ୍ଟେଲରେ ନରହି ବାହାରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ୨୫୦ ଟଙ୍କା ପରିବର୍ତ୍ତେ ୩୭୦ ଟଙ୍କା ପ୍ରଦାନ କରାଯିବ। ଏଥିସହ ଏହି ସ୍ୱତନ୍ତ୍ର ଶିକ୍ଷାଅନୁଷ୍ଠାନଗୁଡିକୁ ପ୍ରତି ତିନି ବର୍ଷରେ ଥରେ କ୍ରିଡା ଉପକରଣ କ୍ରୟ ନିମନ୍ତେ ୧୦ ହଜାର ଟଙ୍କା, ଫର୍ଣ୍ଣିଚର କ୍ରୟ ନିମନ୍ତେ ୧ଲକ୍ଷ ଟଙ୍କା, କମ୍ପ୍ୟୁଟର କ୍ରୟ ପାଇଁ ୫୦ ହଜାର ଟଙ୍କା ଓ ସ୍ୱତନ୍ତ୍ର ସଫ୍ଟଓୟାର ଉପକରଣ କ୍ରୟ ନିମନ୍ତେ ୬୦ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

Comments are closed.