Odisha Link
Bridging the Missing Links in Odisha

୫ହଜାର ବର୍ଷର ଇତିହାସରେ କୌଣସି ହିନ୍ଦୁ ରାଜା ମସଜିଦ ଭାଙ୍ଗି ନାହାନ୍ତି: ଗଡକରୀ

ମୁମ୍ବାଇ: ୫ହଜାର ବର୍ଷର ଇତିହାସରେ ଏପର୍ଯ୍ୟନ୍ତ କୌଣସି ହିନ୍ଦୁ ରାଜା ମସଜିଦ ଭାଙ୍ଗି ନଥିଲେ। ଏଥିସହ ନା କୌଣସି ହିନ୍ଦୁ ରାଜା ଖଣ୍ଡା ଓ ଭୟ ସୃଷ୍ଟି କରି ବଳପୂର୍ବକ ଧର୍ମାନ୍ତରଣ କରିଥିଲେ। କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ସାବରକର ଦର୍ଶନ ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଅଖିଳ ଭାରତୀୟ ସ୍ବାତନ୍ତ୍ର୍ୟ ବୀର ସାବରକର ସାହିତ୍ୟ ସମ୍ମିଳନୀରେ ଯୋଗ ଦେଇ ଏପରି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଧର୍ମ ଭାଙ୍ଗିବାର ନୁହେଁ, ବରଂ ଯୋଡ଼ିବାର କାମ କରେ। ସେ କହିଛନ୍ତି, ଆମର ହିନ୍ଦୁ ସଂସ୍କୃତି-ଆମର ଭାରତୀୟ ସଂସ୍କୃତି ପ୍ରଗତିଶୀଳ ଅଟେ । ସର୍ବସମାବେଶକ ମଧ୍ୟ, ସହିଷ୍ଣୁ ମଧ୍ୟ । ଏହା ସଙ୍କୁଚିତ ନୁହେଁ, ବରଂ ସଂପ୍ରସାରିତ। ଜାତିବାଦ ଓ ସାଂପ୍ରଦାୟିକ ନୁହେଁ । ଗଡ଼କରୀ କହିଛନ୍ତି, ଯଦି ହିନ୍ଦୁସ୍ଥାନକୁ ଭବିଷ୍ୟତରେ ଜୀବିତ ରଖବାର ଅଛି, ସାବରକରଙ୍କୁ ଯଦି ଭୁଲି ଯିବା, ଯିଏକି ୧୯୪୭ ଥରଟିଏ ହୋଇଥିଲା, ମୁଁ ଭାବୁଛି ଭବିଷ୍ୟତ ଭଲ ହେବ ନାହିଁ । ଏହା ମୁଁ ବହୁତ ଦାୟିତ୍ୱପୂର୍ଣ୍ଣ ଭାବେ କହୁଛି ।’

ଅଖିଳ ଭାରତୀୟ ବୀର ସାବରକର ସାହିତ୍ୟ ସମ୍ମିଳନୀରେ ଯୋଗ ଦେଇ ନୀତିନ ଗଡ଼କରି ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଛତ୍ରପତି ଶିବାଜୀ ମହାରାଜ ନିଜର ସୈନିକଙ୍କୁ ବଳ ଦେଇଥିଲେ । କୌଣସି ଧର୍ମର କୌଣସି ପବିତ୍ର ସ୍ଥାନକୁ ଅପମାନ କରିବା ଅନୁଚିତ । ମହିଳା ଯେକୌଣସି ଧର୍ମର ହୋଇଥାନ୍ତୁ ନା କାହିଁକି, ତାଙ୍କୁ ସମାନ ବ୍ୟବହାର ପ୍ରଦର୍ଶନ କରାଯିବା ଦରକାର । ସେ କହିଥିଲେ ଯେ ସାବରକର ଜାତୀୟତାବାଦୀ ଚିନ୍ତାଧାରାର ପ୍ରସାର କରିଥିଲେ, ଯାହାକି ଆଜିର ଦିନରେ ଆମପାଇଁ ଗୁରୁତ୍ୱପୂର୍ଣ୍ଣ । ଯଦି ତାଙ୍କ ଭଳି ଆମେ ଧ୍ୟାନ ନ ଦେବା ପୁଣି ଥରେ ଦେଶ ଖଣ୍ଡ ଖଣ୍ଡ ହୋଇଯିବ । ଦେଶର ବ୍ୟାପକ କ୍ଷତି ହେବ ।

Comments are closed.