Odisha Link
Bridging the Missing Links in Odisha

ଶାହାଙ୍କ ଓଡ଼ିଶା ଗସ୍ତକୁ ଜୋରଦାର ବିରୋଧ

ଭୁବନେଶ୍ବର: ନାଗରିକତା ସଂଶୋଧନ ଆଇନ ଓ ଦିଲ୍ଲୀ ହିଂସାକାଣ୍ଡର ବିରୋଧ ଦେଖିବାକୁ ମିଳିଛି ରାଜଧାନୀରେ। ପୂର୍ବାଞ୍ଚଳ ଜୋନାଲ କମିଟି ବୈଠକରେ ସାମିଲ ହେବାକୁ ଅମିତ ଶାହା ଓଡିଶା ଆସିଥିବା ସମୟରେ ଏହି ଗସ୍ତକୁ ବିରୋଧ କରିଛି ରାଜ୍ୟ କଂଗ୍ରେସ। ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଶାହାଙ୍କ ଓଡିଶା ଗସ୍ତକୁ ବିରୋଧ କରି ଅମିତ ଶାହା ‘ଗୋ ବ୍ୟାକ୍’ ନାରା ଦେଇଛନ୍ତି କଂଗ୍ରେସ କର୍ମୀ ଓ ନେତା।
ଏହା ସହିତ ଶାହାଙ୍କ ପୋଷ୍ଟର ଓ କୁଶପୁତଳିକା ଦାହ କରିଛନ୍ତି। ଆଜି ଲୋକସେବା ଭବନରେ ଶାହା ପୂର୍ବାଂଚଳ ଜୋନାଲ କମିଟି ବୈଠକ କରୁଥିବା ସମୟରେ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନରେ କଂଗ୍ରେସ କର୍ମୀ ଶାହାଙ୍କ ଗସ୍ତକୁ ନେଇ ବିରୋଧ କରିଛନ୍ତି। ତେବେ ଖାଲି ରାଜଧାନୀ ଭୁବନେଶ୍ୱର ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାର କଂଗ୍ରେସ କର୍ମକର୍ତ୍ତାମାନେ ଶାହାଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରୁଥିବାର ଦେଖିବାକୁ ମିଳିଛି। ଭୁବନେଶ୍ୱର ସମେତ ବାଲେଶ୍ୱର, ମାଲକାନଗିରି , ରାୟଗଡା ଏବଂ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି ଶାହାଙ୍କ ଓଡ଼ିଶା ଗସ୍ତ ନେଇ ବିରୋଧର ଚିତ୍ର।

Comments are closed.