Odisha Link
Bridging the Missing Links in Odisha

ଟ୍ରାଫିକ ନିୟମ ଖିଲାପକାରୀ ସାବଧାନ, ନଚେତ ଦେବେ ମୋଟା ଅଙ୍କର ତଣ୍ଡ

ଭୁବନେଶ୍ୱର: ୨୦୧୯ ମସିହା ସେପ୍ଟେମ୍ବର ମାସରୁ ସାରା ଦେଶରେ ଲାଗୁ ହୋଇଥିଲା ସଂଶୋଧିତ ଟ୍ରାଫିକ ନିୟମ। ହେଲେ ମାତ୍ରାଧିକ ଅର୍ଥ ଦଣ୍ଡ ହେତୁ ସାରା ରାଜ୍ୟର ବିକ୍ଷୋଭ ଦେଖିବାକୁ ମିଳିଥିଲା। କାଗଜପତ୍ର ପ୍ରସ୍ତୁତ ପାଇଁ ୩ ମାସ କୋହଳ କରି ଡିସେମ୍ବରେ ୧ତାରିଖରୁ ନୂଆ ନିୟମ ଲାଗୁ ହେବବୋଲି ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର।

ପୁଣିଥରେ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ କାଗଜପତ୍ର ପ୍ରସ୍ତୁତ ପାଇଁ ଆଉ ୩ମାସ ଦେଇଥିଲେ ରାଜ୍ୟ ସରକାର। ଯାହାକି ଗତକାଲି ସମାପ୍ତ ହୋଇ ଯାଇଛି। ତେବେ ଆଜିଠୁ ଟ୍ରାଫିକ ନିୟମ ଖିଲାପ କଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ।

ତେବେ ଜାଣନ୍ତୁ ଟ୍ରାଫିକ ନିୟମ ଉଲଂଘନ କଲେ ନୂଆ ନିୟମ ଅନୁଯାୟୀ କେତେ ଟଙ୍କା ଦେବାକୁ ପଡିବ ତଣ୍ଡ। ନିୟମ ଜରିମାନା (ଟଙ୍କାରେ)

* ଗାଡ଼ି ଚଳା ନିୟମ ଖିଲାପ ୫୦୦
* ହେଲ୍‌ମେଟ୍‌ ନ ପିନ୍ଧିଲେ ୧୦୦୦
* ବାଇକ୍‌ରେ ୨ରୁ ଅଧିକ ବସିଲେ ୧୦୦୦
*ଡ୍ରାଇଭର ସିଟ୍‌ ବେଲ୍ଟ ନ ବାନ୍ଧିଲେ ୧୦୦୦
* ଗାଡ଼ିର ଇନସ୍ୟୁରାନ୍ସ ନ ଥିଲେ ୨୦୦୦
* ଦ୍ରୁତ ଗତିରେ ବାଇକ୍‌ ଚଳାଇଲେ ୨୦୦୦
* ଦ୍ରୁତ ଗତିରେ ଚାରିଚକିଆ ଚଳାଇଲେ ୪୦୦୦
* ବେପରୁଆ ଗାଡ଼ି ଚଳାଇଲେ ୫୦୦୦
* ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର ୫୦୦୦
* ଟ୍ରାଫିକ ରେଡ ଲାଇଟ୍‌ ଡେଇଁଲେ ୫୦୦୦
* ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଳାଇଲେ ୫୦୦୦
* ଦୁର୍ଘଟଣା ଘଟାଇଲେ ୫୦୦୦
* ରେଜିଷ୍ଟ୍ରେସନ ନଥାଇ ଗାଡ଼ି ଚଳାଇଲେ ୫୦୦୦
* ବେଆଇନ୍‌ ଭାବେ ଓଭରଟେକିଂ କଲେ ୫୦୦୦
* ମାଲ୍‌ ଗାଡ଼ିରେ ଯାତ୍ରୀ ପରିବହନ ୫୦୦୦
* ଚାଳକଙ୍କ ଲାଇସେନ୍ସ ନ ଥିଲେ ୫୦୦୦
* ଡିଏଲ୍‌ ବାତିଲ ବେଳେ ଗାଡ଼ି ଚଳାଇଲେ ୧୦୦୦୦
* ପ୍ରଦୂଷଣ ସାର୍ଟିଫିକେଟ୍ ନ ଥିଲେ ୧୦୦୦୦
* ମଦ ପିଇ ଗାଡ଼ି ଚଳାଇଲେ ୧୦୦୦୦, ଗିରଫ
* ପରମିଟ୍‌ ନଥାଇ ଗାଡ଼ି ଚଳାଇଲେ ୧୦୦୦୦
* ନାବାଳକ ଗାଡ଼ି ଚଳାଇଲେ ୨୫୦୦୦

Comments are closed.