Odisha Link
Bridging the Missing Links in Odisha

ବିଭାଗୀୟ ସ୍ଥାୟୀ କମିଟି-୩ଙ୍କର ବୈଠକ

ଭୁବନେଶ୍ୱର : ଆଜି ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୩ରେ ବିଭାଗୀୟ ସ୍ଥାୟୀ କମିଟି-୩ଙ୍କର ବୈଠକ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୂର୍ତ୍ତ ବିଭାଗ, ପର୍ଯ୍ୟଟନ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକସଂ ପର୍କ ବିଭାଗର ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‌ ଆକଳନ ସଂପର୍କିତ ଅନୁଦାନ ପାଇଁ ଦାବିର ତର୍ଜମା କରାଯାଇଥିଲା ।

ଏହି ବୈଠକରେ କମିଟିର ସଦସ୍ୟ, ସଂପୃକ୍ତ ବିଭାଗର ଉଚ୍ଚ ପଦାଧିକାରୀଙ୍କ ସମେତ ବିାନସଭାର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.