Odisha Link
Bridging the Missing Links in Odisha

ଇନଷ୍ଟାଗ୍ରାମରେ ରେକର୍ଡ କଲେ ଭାଇଜାନ

ମୁମ୍ବାଇ : ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ନିଜର ବ୍ୟବହାର ଓ ସିନେମାକୁ ସହୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ସଲୁଙ୍କର ଲୋକପ୍ରିୟତା ଖାଲି ଭାରତ ଭିତରେ ସୀମିତ ନାହିଁ । ବିଦେଶରେ ମଧ୍ୟ ଅନେକ ଲୋକ ତାଙ୍କୁ ଓ ତାଙ୍କ ସିନେମାକୁ ପସନ୍ଦ କରିଥାନ୍ତି ।

ଭାଇଜାନ ଏବେ ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସେମିତିରେ ତାଙ୍କ ଲୋକପ୍ରିୟତା କ‌େତେ ତାହା ସମସ୍ତଙ୍କୁ ଜଣାଥିବା ବେଳେ ଏବେ ଇନଷ୍ଟାଗ୍ରାମରେ ତାଙ୍କ ଫଲୋୱର୍ସ ସଂଖ୍ୟା ୩କୋଟିରେ ପହଞ୍ଚିଥିବା ଜଣା ପଡ଼ିଛି ।

https://www.instagram.com/p/B9JukoWlJ7Y/

ନିଜର ଏହି ଉପଲବ୍ଧିକୁ ନେଇ ଭାଇଜାନ ଖୁବ୍ ଖୁସି ଥିବା ଜଣା ପଡ଼ିଛି। ସବୁବେଳେ କମ କହିବାକୁ ପସନ୍ଦ କରୁଥିବା ଦବଙ୍ଗ ଖାନ୍ ନିଜ ଅନ୍ଦାଜରେ ନିଜ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏକ ଭିିଡିଓ ସେୟାର କରି ସେ ଧନ୍ୟବାଦ ଜଣାଇଥିବା ଦେଖାଯାଇଛି । ଭିଡିଓ ସେୟାର କରି ସଲମାନ ଲେଖିଛନ୍ତି, ଉଇ ମା’ ୩୦ମିଲିୟନ, ସମସ୍ତଙ୍କୁ ଧନ୍ୟବାଦ। ସେୟାର କରାଯାଇଥିବା ଭିଡିଓରେ ସେ ଉଭୟ ସଲାମ୍ ଏବଂ ନମସ୍କାର କରୁଥିବା ଦେଖାଯାଇଛି।

Comments are closed.