Odisha Link
Bridging the Missing Links in Odisha

ଏସ୍‌ସିବି ସମ୍ପ୍ରସାରଣ ପାଇଁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ

କଟକ ଅଫିସ: କଟକ ଏସ୍‌ସିବି ମେଡିକାଲ ସମ୍ପ୍ରସାରଣ ଏବଂ ଉନ୍ନତିକରଣ ପାଇଁ ପୁଣି ଥରେ ଆଜିଠାରୁ ଆଖପାଖ ଅଞ୍ଚଳରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଯୋବ୍ରା ଏବଂ ରାଣୀହାଟ ଅଞ୍ଚଳର ୯୫ଟି ଘରକୁ ଉଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ସେମାନଙ୍କୁ ଜଗତପୁର ଅଞ୍ଚଳକୁ ସ୍ଥାନାନ୍ତର କରାଯାଉଛି। ସେଠାରେ ରହିବା ଏବଂ ଖାଇବା ବ୍ୟବସ୍ଥା କରାଯାଇଛି। ଉଚ୍ଛେଦ ସହ କ୍ଷତିଗ୍ରସ୍ତଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ବିଶୃଙ୍ଖଳା ଆଶଙ୍କାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ମାଟ୍ରିକ ପରୀକ୍ଷା ପାଇଁ ଏହି ଉଚ୍ଛେଦ କାର୍ଯ୍ୟ କିଛି ଦିନ ହେବ ବନ୍ଦ ଥିଲା।

Comments are closed.