Odisha Link
Bridging the Missing Links in Odisha

ହୋଲି ପାଳିବନି ବିଜେପି

ନୂଆଦିଲ୍ଲୀ: ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି। ଏହାକୁ ନେଇ ଚଳିତ ବର୍ଷ ବିଜେପି ହୋଲି ପାଳିବ ନାହିଁ। ହୋଲି ପାଳନ ନକରିବାକୁ ସବୁ ରାଜ୍ୟସଭାପତିମାନଙ୍କୁ ଚିଠି କରାଯାଇଛି। ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି ଚିଠି କରିଛନ୍ତି। ପୂର୍ବରୁ ହୋଲି ନପାଳିବାକୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଜଣାଇଥିଲେ। ଏକତ୍ରିତ ନହେବାକୁ, ଭିଡ଼କୁ ନଯିବାକୁ କୁହାଯାଇଥିବାରୁ ହୋଲି ପାଳନକୁ ବନ୍ଦ କରାଯାଇଛି।

ପ୍ରକାଶ ଯେ, ଚଳିତ ବର୍ଷ କୌଣସି ହୋଲି ମିଳନ ପର୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ ନାହିଁ ବୋଲି ପୂର୍ବରୁ ମୋଦି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଥିଲେ । ତାଙ୍କ ସୂଚନା ଅନୁଯାୟୀ ସାରା ବିଶ୍ୱରେ ବିଶେଷଜ୍ଞମାନେ ବହୁଲୋକ ଏକତ୍ରିତ ହେବାକୁ ମନା କରୁଛନ୍ତି। କରୋନା ଭୂତାଣୁ ନପ୍ୟାପିବା ପାଇଁ ଏକତ୍ର ହେବାକୁ ବିଶେଷଜ୍ଞ ମନା କରୁଛନ୍ତି। ତଦନୁଯାୟୀ ଏ ବର୍ଷ ହୋଲି ମିଳନ ପର୍ବରେ ସେ ଭାଗ ନେବେ ନାହିଁ ମୋଦି କହିଥିଲେ।

Comments are closed.