Odisha Link
Bridging the Missing Links in Odisha

ଅତିଥି ସାଜି ଚୋରି,ଜଣେ ଗିରଫ

ଭୁବନେଶ୍ବର: ବଦଳୁଛି ଲୁଟ୍‌ ତରିକା। ଚଳଚ୍ଚିତ୍ର ଲୁଟପାଟ ଶୈଳୀକୁ ଅନୁସରଣ କରିଛନ୍ତି ଲୁଟିଆ। ଅତିଥି ହୋଇ ବିହାହ କିମ୍ବା ବ୍ରତଘର କାର୍ଯ୍ୟକ୍ରମରେ ପହଞ୍ଚି ଯାଉଛନ୍ତି। ଉପହାର ଦେବା ବଦଳରେ ବର ଓ କନ୍ୟାକୁ ମିଳିଥିବା ଉପହାର ଲୁଟି ନେଉଛିନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ। ବାହାଘର ଉତ୍ସବରେ ଅତିଥି ସାଜି ଆସିଥିବା ଜଣେ ଚୋର ଗିରଫ ହୋଇଛି। ବାହାଘରରେ ଉଭୟ ପକ୍ଷର କେହି ବୋଲି ପରିଚୟ ଲୁଟିଥିଲା। ପରେ ଧରା ପଡ଼ିବା ପରେ ଲୁଟେରାର ନାଁ ନବୀ ବୋଲି ପୋଲିସ ସୂଚନା ଦେଇଛି। ପୋଲିସର ସୂଚନା ଅନୁସାରେ ରାଜଧାନୀରେ ବିଭିନ୍ନ ବାହାଘର କାର୍ଯ୍ୟକ୍ରମରେ ଯୋଗଦେଇ ନବୀ ଏମିତି ଲୁଟି ଚାଲିଥିଲା।

Comments are closed.