Odisha Link
Bridging the Missing Links in Odisha

I W T20 World Cup: ଇଂଲଣ୍ଡକୁ ନହରାଇ ଫାଇନାଲ ଖେଳି ପାରିବ ଭାରତ, ଜାଣନ୍ତୁ ସମୀକରଣ

ସିଡନୀ: ଆସନ୍ତାକାଲି ଅର୍ଥାତ୍‌ ମାର୍ଚ୍ଚ ୫ ତାରିଖରେ ଖେଳାଯିବ ଆଇସିସି ମହିଳା ଟି-୨୦ ବିଶ୍ବକପ୍‌ ୨୦୨୦। ଚଳିତ ଥର ଟି-୨୦ ମହିଳା ବିଶ୍ବକପ୍‌ ଅଷ୍ଟ୍ରେଲିଆରେ ଖେଳା ଯାଉଛି। ଆସନ୍ତାକାଲି ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ମହିଳା ଟି-୨୦ ମହାକୁମ୍ଭର ୨ଟି ସେମିଫାଇନାଲ ମ୍ୟାଚ୍‌ ଖେଳାଯିବ। ଆସନ୍ତାକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ। ଭାରତୀୟ ସମୟ ସକାଳ ୯.୩୦ ସମୟରେ ଏହି ମାଚ୍‌ ଖେଳାଯିବ।

ହେଲେ ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ନହରାଇ ମଧ୍ୟ ଫାଇନାଲରେ ପ୍ରବେଶ କରି ପାରିବ। କାରଣ ସିଡନୀର ପାଣିପାଗରେ ପରିବର୍ତ୍ତନ ହେବା ନେଇ ସୂଚନା ରହିଛି। ବର୍ଷା ମଧ୍ୟ ହୋଇ ପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଯଦି ଲଗାଣ ବର୍ଷା ପାଇଁ ମ୍ୟାଚଟି ରଦ୍ଦ ହୋଇଯାଏ ତେବେ ଭାରତୀୟ ମହିଳା ଦଳ ଫାଇନାଲରେ ସିଧାସଳଖ ଖେଳିବ।

କ୍ରକେଟ ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟ ପୁର୍ବରୁ ଆଇସିସିକୁ ସେମିଫାଇନାଲ ମ୍ୟାଚ ପାଇଁ ରିଜର୍ଭ ଡେ ମାଗିଥିଲା ହେଲେ ଆଇସିସି ଏହାକୁ ଅଗ୍ରାହ୍ୟ କରିଦେଇଥିଲା। ଯଦି ଲଗାଣ ବର୍ଷା ପାଇଁ ସେମିଫାଇନାଲ ମ୍ୟାଚ ବାତିଲ ହୁଏ ତେବେ ଲିଗ୍‌ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିଥିବା ଦଳକୁ ଫାଇଦା ମିଳିବ। ଭାରତୀୟ ମହିଳା ଦଳ ଲିଗ୍‌ ପର୍ଯ୍ୟାୟର ସମସ୍ତ ମ୍ୟାଚ୍‌ ଜିତି ମୋଟ ୮ ଅଙ୍କ ପାଇ ଆଗରେ ରହିଛି। ଅପରପକ୍ଷେ ଇଂଲଣ୍ଡ ଦଳ ୩ଟି ମ୍ୟାଚ୍‌ ଜିତି ମୋଟ ୬ ଅଙ୍କ ପାଇଛି। ଯଦି ବର୍ଷା ପାଇଁ ମ୍ୟାଚ୍‌ ବାତିଲ ହୁଏ ତେବେ ଏଭଳି ସମୀକରଣରେ ଭାରତୀୟ ମହିଳା ଦଳ ଫାଇନାଲରେ ପ୍ରବେଶ କରିବ।

Comments are closed.