Odisha Link
Bridging the Missing Links in Odisha

ନିର୍ଭୟା ମାମଲା: ଦୋଷୀ ପବନର ରାଜକ୍ଷମା ଖାରଜ

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଦୋଷୀ ପବନ ଗୁପ୍ତା ଆବେଦନ କରିଥିବା ରାଜକ୍ଷମା ଖାରଜ। ରାଜକ୍ଷମା ଆବେଦନ ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗତ ୨ତାରିଖ ଦିନ ରାଷ୍ଟ୍ରପତିଙ୍କ ନିକଟରେ ପବନର ଓକିଲ ରାଜକ୍ଷମା ପାଇଁ ଆବେଦନ କରିଥିଲେ। ସେହିପରି ୨ତାରିଖ ଦିନ ପବନର କ୍ୟୁରେଟିଭ ପିଟିସନ ମଧ୍ୟ ଖାରଜ କରିଥିଲେ ସୁପ୍ରିମକୋର୍ଟ। ସେ ଫାଶୀ ବଦଳରେ ଆଜୀବନ କାରାଦଣ୍ଡ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ଏହାପୂର୍ବରୁ ଅନ୍ୟ ତିନି ଜଣଙ୍କ ରାଜକ୍ଷମା ଖାରଜ କରିଥିଲେ ରାଷ୍ଟ୍ରପତି ।

ଉଲ୍ଲେଖଯୋଗ୍ୟ ଯେ ଅନ୍ୟପଟେ ମାର୍ଚ୍ଚ ୩ରେ ହେବାକୁ ଥିବା ଫାଶୀ ଉପରେ ସ୍ଥଗିତାଦେଶ ଲଗାଇଥିଲେ ଦିଲ୍ଲୀ ପଟିଆଲା ହାଉସକୋର୍ଟ। ତେଣୁ ଗତକାଲି ଚାରି ଦୋଷୀଙ୍କୁ ଫାଶି ଦିଆଯାଇ ନଥିଲା। ଏହାକୁ ମିଶି ୩ଥର ଘୁଞ୍ଚିଲାଣି ଫାଶି ତାରିଖ। ପୂର୍ବରୁ ଜାନୁଆରି ୨୨, ପେବୃଆରୀ ୧ ଓ ଗତକାଲି ଅର୍ଥାତ୍ ମାର୍ଚ୍ଚ ୩ ରେ ହବୋକୁ ଥିବା ଫାଶି ଡ଼େଥ ୱାରେଣ୍ଟ ଉପରେ ରୋକ୍ ଲଗାଇଥିଲେ ପଟିଆଲା ହାଉସକୋର୍ଟ।

Comments are closed.