Odisha Link
Bridging the Missing Links in Odisha

ଓଡ଼ିଶାରେ କରୋନା ମୁକାବିଲା ବୈଠକ

ଭୁବନେଶ୍ୱର: ଏବେ ବିଶ୍ବକୁ ଘାରିଛି କରୋନା ଭୟ। କରୋନାରେ ମୃତ୍ୟୁ ସଂଖ୍ୟା ୩୨୦୩ ଛୁଇଥିବା ବେଳେ ୯୩,୧୯୧ ଜଣ ଆକ୍ରାନ୍ତ ଅଛନ୍ତି। ଭାତରେ ୨୧ ଜଣ ଆକକ୍ରାନ୍ତ ହୋଇଥିବା ସୂଚନା ମିଳିଥିବା ବେଳେ ଓଡ଼ିଶାରେ ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡିଏମଟି ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ବିଭାଗୀୟ ଅଧିକାରୀଙ୍କ ସହ କରୋନା ମୁକାବିଲା ନେଇ ଆଲୋଚନା କରାଯାଇଥିଲା।

ବୈଠକ ପରେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ, କରୋନା ନେଇ ଲୋକଙ୍କୁ ସଚେତନ କରିବା ବିଷୟରେ ବୈଠକରେ ଆଲୋଚନା କରାଯାଇଛି। ଅନ୍ୟ ରାଜ୍ୟରେ ପଜିଟିଭ ମିଳିଛି। ଏନେଇ ରାଜ୍ୟ ସରକାର ସଚେତନ ଅଛନ୍ତି। ଏଯାବତ ୧୧୫ଟି ଜଣଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି। ପାରାଦୀପରୁ ଗତକାଲି ଆସିଥିବା ଦମ୍ପତ୍ତିଙ୍କ ନମୁନା କରୀକ୍ଷା ପାଇଁ ପଠାଯାଇଥିବା ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି।

Comments are closed.