Odisha Link
Bridging the Missing Links in Odisha

ଚଳିତ ବର୍ଷ ହୋଲି ଖେଳିବେନି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆସନ୍ତା ୧୦ ତାରିଖରେ ସାରା ଭାରତ ପାଳନ କରିବ ରଙ୍ଗର ପର୍ବ ହୋଲି। ହେଲେ ଚଳିତଥର ରଙ୍ଗର ପର୍ବ ହୋଲିରେ ଭାଗ ନେବେ ନାହିଁ ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ଭାଇରସ ପାଇଁ ସେ ହୋଲି ଖେଳିବେ ନାହିଁ । ଏନେଇ ସେ ନିଜ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି।

କରୋନା ଭାଇରସକୁ ନେଇ ସାରା ବିଶ୍ବ ଚନ୍ତିତ। ଏପରିକି କରୋନା ନେଇ ବିଶେଷଜ୍ଞମାନେ ଦେଇଥିବା ପରାମର୍ଶ ଅନୁସାରେ ଜନସମାବେଶକୁ ହ୍ରାସ କରିବାକୁ ପଡ଼ିବ। ତେଣୁ ସେ ହୋଲି ଭଳି ମିଳନ ଉତ୍ସବରେ ସାମିଲ ହେବେନି ବୋଲି ମୋଦି କହିଛନ୍ତି।

Comments are closed.