Odisha Link
Bridging the Missing Links in Odisha

କିଡନୀ ଦାନ କଲେ ଆଉ ଜଣେ ମହିଳା

ଭୁବନେଶ୍ବର: ପୂର୍ବରୁ କିଡନୀ ଦାନ କରିଥିବା ୨ ଜଣ ମହିଳା ଥିବା ବେଳେ ଏଥର ମଧ୍ୟ ଏଥିରେ ଆଉ ଜଣେ ମହିଳା ସାମିଲ ହୋଇଛନ୍ତି। ଏହି ମହିଳାଜଣକ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ରାଜଲକ୍ଷ୍ମୀ ଦାସ। ଫଳରେ ଗତ ମାସ ରାଜ୍ୟରେ ୨ଟି କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହ ଶେଷ ହୋଇଥିବା ବେଳେ ଆଜି ହେବ ତୃତୀୟ ଟ୍ରାନ୍ସପ୍ଲାଣ୍ଟ। ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ନିଜ ମା’କୁ ହରାଇବାର ଦୁଃଖକୁ ଛାତିରେ ଚାପି ଧରି ଏପରି ନିଷ୍ପତ୍ତି ନେଇଛନ୍ତି ରାଜଲକ୍ଷ୍ମୀଙ୍କ ପୁଅ।
ଏକ ଦୁର୍ଘଟଣାରେ ଗୁରୁତର ହୋଇ ହାଇଟେକ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାଜଲକ୍ଷ୍ମୀ ଦାସଙ୍କୁ ଗତକାଲି ବ୍ରେନ୍ ଡେଡ୍ ଘୋଷଣା କରିଥିଲେ। ନିଜ ଲୋକଙ୍କୁ ହରାଇବା ଦୁଃଖରେ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ସତ୍ତ୍ୱେ ତାଙ୍କ ଜୀବନ ଯେପରି ବ୍ୟର୍ଥ ନ ଯାଉ ସେଥିନିମନ୍ତେ ଅଙ୍ଗଦାନ କରିବାକୁ ରାଜି ହୋଇଛନ୍ତି। ଆଜି ତାଙ୍କର ୨ଟି କିଡ଼ନୀକୁ ଏସ୍‌ସିବିର ଦୁଇ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯିବ। ମୟୂରଭଞ୍ଜ ଜିଲ୍ଲାର ରୀତାରାଣି ମହାନ୍ତ ଓ କାମାକ୍ଷାନଗରର ରତ୍ନାକର ମହାନ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯିବ ରାଜଲକ୍ଷ୍ମୀଙ୍କ ୨ଟି କିଡ଼ନୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ପ୍ରକାଶ ଯେ, ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କାରାଣୀ ପାତ୍ର ଦୁର୍ଘଟଣାରେ ଗୁରୁତର ହୋଇ ବ୍ରେନ ଡେଡ ହେବା ପରେ ଫେବୃଆରୀ ୩ ତାରିଖରେ ପରିବାର ଲୋକେ ତାଙ୍କ କିଡନୀ ଦାନ କରିଥିଲେ। ଗତ ସପ୍ତାହରେ ଭୁବନେଶ୍ୱରର ସୁଚିତ୍ର ଦାଶ ନାମ୍ନୀ ମହିଳାଙ୍କ କିଡନୀ ଦାନ କରିଥିଲେ ପରିବାର ଲୋକେ।

Comments are closed.