Odisha Link
Bridging the Missing Links in Odisha

ଭାରତରେ କରୋନା ଭୟ: ୨୯ ଆକ୍ରାନ୍ତ

ନୂଆଦିଲ୍ଲୀ: ଚୀନ ପରେ କରୋନା ଭାଇରସକୁ ନେଇ ଏବେ ଚିନ୍ତାରେ ଭାରତ। ଧୀରେ ଧୀରେ ଭାରତରେ କାୟା ବିସ୍ତାର କରିବା ଆରମ୍ଭ କଲାଣି କରୋନା ଭୂତାଣୁ। ଭାରତରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯କୁ ବୃଦ୍ଧି ହୋଇଛି। ଭାରତରେ ଆକ୍ରାନ୍ତ ହୋଇଥିବା ୨୯ ଜଣଙ୍କ ମଧ୍ୟରୁ ପ୍ରାୟ ୧୬ ଜଣ ଇଟାଲୀ ପର୍ଯ୍ୟଟକ ବୋଲି ଜଣାପଡ଼ିଛି। ଦିଲ୍ଲୀରେ ଜଣେ କରୋନା ସନ୍ଦୀଗ୍ଧ ଠାବ ହେବା ପରେ ତାଙ୍କ ସହିତ ମିଶିଥିବା ୬ ଜଣଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି। ତେଲେଙ୍ଗାନାରୁ ବି ଗୋଟିଏ କରୋନା ସନ୍ଦୀଗ୍ଧ ପଜିଟିଭି ଆସିଛି। ଭାରତରେ କରୋନା ଭୂତାଣୁ ସଂକ୍ରମଣକୁ ଦେଖିବା ପରେ ସରକାର ସତର୍କତା ଅବଲଂବନ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ୭୮ଟି ଦେଶ କରୋନା ଭୂତାଣୁ ଦ୍ୱାରା ପ୍ରଭାବିତ ହୋଇଛନ୍ତି। କରୋନାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ପରୀକ୍ଷା ବେଳେ ପିଲାଙ୍କୁ ମାସ୍କ ବ୍ୟବହାର କରିବାକୁ ଅନୁମତି ଦେଇଛି। ଏନେଇ ବୋର୍ଡ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କେବଳ ମାସ୍କ ନୁହେଁ ପରୀକ୍ଷା ହଲକୁ ପିଲାମାନେ ସାନିଟାଇଜେସନ ନେଇ ଯାଇ ପାରିବେ ବୋଲି କୁହାଯାଇଛି। ସମସ୍ତ ସ୍କୁଲରେ ପିଲାମାନଙ୍କୁ କରୋନା କବଳରୁ ବର୍ତ୍ତିବା ପାଇଁ ସଚେତନା କାର୍ଯ୍ୟକ୍ରମ କରିବାକୁ ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଯୁଦ୍ଧକାଳୀନ ଭିତିରେ କାମ ଆରମ୍ଭ କରିଛନ୍ତି ଭାରତ ସରକାର। ଏବେ କରୋନା ଭୂତାଣୁ ପରୀକ୍ଷା ପାଇଁ ଦେଶରେ ୧୫ଟି ଲ୍ୟାବ ରହିଛି। ସରକାର ଆଉ ୧୯ଟି ଲ୍ୟାବ ନିର୍ମାଣ କରିବେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ।

Comments are closed.