Odisha Link
Bridging the Missing Links in Odisha

ବସକୁ ୬ଲକ୍ଷ ୭୨ ହଜାର ଫାଇନ

ଭୁବନେଶ୍ୱର: ପୂର୍ବରୁ ଦିଆଯାଇଥିବା କଣ୍ଟ ପୂରିବା ପରେ ସବୁଠି ଜୋରଦାର ଧରପଗଡ଼ କରଯାଉଛି। ଖିଲାପକାରୀଙ୍କୁ ଆଉ ନିସ୍ତାର ଦିଆଯାଉନାହିଁ। ଏହି ପରିପ୍ରେକ୍ଷୀରେ ଏକ ଯାତ୍ରୀବାହୀ ବସକୁ ୬ଲକ୍ଷ ୭୨ ହଜାର ଟଙ୍କାର ଫାଇନ କରାଯାଇଛି। ବିଭିନ୍ନ ଗଫଲତି ପାଇଁ ୬ଲକ୍ଷ ୭୨ ହଜାର ୪୪୫ ଟଙ୍କା ଫାଇନ କରାଯାଇଛି। ବିନା ରେଜିଷ୍ଟ୍ରେସନରେ ଗାଡ଼ି ଚଳାଚଳ ପାଇଁ ୫ ହଜାର ଫାଇନ କରାଯାଇଛି। ସେହିପରି ପରମିଟ ନଥାଇ ଗାଡ଼ି ଚାଲୁଥିବାରୁ ୧୦ ହଜାର ଫାଇନ କରାଯାଇଛି। ବୀମା ନଥିବାରୁ ୨ ହଜାର ଓ ସାଧାରଣ ଅପରାଧ ପାଇଁ ୫୦୦ ଟଙ୍କା ଫାଇନ କରାଯାଇଛି। ଅନ୍ୟପକ୍ଷରେ ଓଡ଼ିଶା ମୋଟର ଭେଇକିଲ ବକେୟା ଟିକସ ବାବଦରେ ୬,୫୪,୯୪୫ ଟଙ୍କାର ଚାଲାଣ କଟାଯାଇଛି। ବୌଦ୍ଧ ଆରଟିଓ ଅଫିସ ଚାଲାଣ କାଟି ବସକୁ ଅଟକ ରଖିଛି। ବସର ମାଲିକ ଭୁବନେଶ୍ୱରର ହୋଇଥିବା ସୂଚନା ମିଳିଛି।

Comments are closed.