Odisha Link
Bridging the Missing Links in Odisha

ଟ୍ରକ୍ ପଛରେ ପିଟିଲା ବୋଲେରୋ, ଡ୍ରାଇଭର ମୃତ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ କୋଳିମାଟି ମୂଷଳ ପୋଲ ନିକଟରେ ଘଟିଛି ଦୁର୍ଘଟଣା। ଦୁର୍ଘଟଣାରେ ବୋଲେରୋ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି।
ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଅନ୍ତର୍ଗତ କୋଳିମାଟି ମୂଷଳ ପୋଲ ନିକଟ ରାସ୍ତା କଡରେ ଟ୍ରକ୍ ଟି ଠିଆ ହୋଇଥିଲା। ସେଥି ରାସ୍ତାରେ ଯାଉଥିବା ଏକ ବୋଲେରୋ ଟ୍ରକ୍ ପଛରେ ଧକ୍କା ଦେଇଥିଲା। ଫଳରେ ବୋଲେରୋ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। ମୃତକ କେନ୍ଦୁଝର ଜିଲ୍ଲା ଡୋଡା ଥାନା ଅଞ୍ଚଳର ଟୁଟୁ ପୁତ୍ର। ଦୁର୍ଘଟଣାରେ ୨ ବୋଲେରୋ ଯାତ୍ରୀ ଆହତ ହୋଇଛନ୍ତି। ଘବର ପାଇ ଘଟଣାସ୍ଥଳରେ ଘସିପୁରା ପୋଲିସ ପହଞ୍ଚି ଆହତମାନଙ୍କୁ ଆମ୍ବୁଲାନ୍ସ ସହାୟତାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛି।
ତେବେ ଦୁର୍ଘଟଣା ପରେ ଟ୍ରକ୍ ଟି ସେହିସ୍ଥାନରୁ ପଳାଇ ଯାଇଥିବା ଜଣାପଡିଛି । ଜୋଡା ଅଞ୍ଚଳରୁ ଦେବାଶିଷ ମହାକୁଡ ଓ ତାଙ୍କ ଭଣଜା ବିଜୟ ମହାକୁଡ ସଂପୃକ୍ତ ବୋଲେରୋଟିରେ ଭୁବନେଶ୍ବର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

Comments are closed.