Odisha Link
Bridging the Missing Links in Odisha

କ୍ୟାନସର ରୋଗୀଙ୍କୁ ସାହାଯ୍ୟ କଲେ ୮୦ରୁ ଅଧିକ ଛାତ୍ରୀ, ଦାନ କଲେ କେଶ

ଚେନ୍ନାଇ: ଜଣେ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ପ୍ରାୟତଃ ଲୋକ ଟଙ୍କା ଦାନ କରିଥାନ୍ତି। ହେଲେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। କାରଣ ୮୦ରୁ ଉର୍ଦ୍ଧ୍ବ ଯୁବତୀ ରୋଗୀଙ୍କ ପାଇଁ କେଶ ଦାନ କରିଛନ୍ତି। କ୍ୟାନ୍‌ସର୍‌ ସହିତ ଲଢ଼େଇ କରୁଥିବା ରୋଗୀ ଚିକିତ୍ସା ସମୟରେ ତାଙ୍କ ମୁଣ୍ଡର କେଶ ହରାଇଥା’ନ୍ତି। ତେଣୁ କେଶ ହରାଉଥିବା କ୍ୟାନ୍‌ସର୍‌ ରୋଗୀଙ୍କ ପାଇଁ ୱିଗ୍‌ ପ୍ରସ୍ତୁତ କରିବାକୁ ତାମିଲନାଡୁର ଏକ ପ୍ରାଇଭେଟ୍‌ କଲେଜର ୮୦ରୁ ଅଧିକ ଛାତ୍ରୀ ସେମାନଙ୍କ ନିଜ କେଶ ଦାନ କରିଛନ୍ତି। ଯାହା ଏବେ ଚାରିଆଡ଼େ ଚର୍ଚ୍ଚା ସୃଷ୍ଟି କରିଛି। ଏଭଳିକି ବିଭିନ୍ନ ମହଲରେ ଛାତ୍ରୀମାନଙ୍କର ଏଭଳି କାର୍ଯ୍ୟକୁ ପ୍ରଂଶସା ମଧ୍ୟ କରାଯାଇଛି।

ସେହି କଲେଜର ଜଣେ ଛାତ୍ରୀ କହିଛନ୍ତି, ‘୮ ଇଞ୍ଚ୍‌ର କେଶ ବଦଳରେ ମୁଁ ଅଧିକ କେଶ ଦେବାକୁ ଚାହୁଁଛି। ଏବେ ପର୍ଯ୍ୟନ୍ତ ଆମ ପାଖରେ ୮୦ରୁ ଅଧିକ ଛାତ୍ରୀ କେଶ ଦାନ କରିବା ପାଇଁ ନାମ ପଂଜୀକରଣ କରିଛନ୍ତି। କିନ୍ତୁ ଆଗକୁ ୨୦୦ରୁ ଅଧିକ ପିଲା କେଶ ଦାନ କରିବେ। ଆର୍ଥିକ ସ୍ତରରେ କ୍ୟାନସର ରୋଗୀଙ୍କୁ ସାହାଯ୍ୟ କରିବାରୁ ଅସମର୍ଥ ହୋଇଥିବାରୁ ଆମେ ଏପରି ଉପାୟ ଚିନ୍ତା କରିଥିଲୁ, ଯାହା ସଫଳ ହୋଇଛି। ଆମର ଏହି କାର୍ଯ୍ୟ କ୍ୟାନସର ରୋଗୀଙ୍କ ମୁହଁରେ ଖୁସି ଆଣିପାରିବ। ଆମେ ବହୁତ ଖୁସି। ’

Comments are closed.