Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ

ଝାରସୁଗୁଡା : ଭିଜିଲାନ୍ସ ଜାଲରେ କୁଚିଣ୍ଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ। ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ରିୟ ମହାପାତ୍ରଙ୍କ ବାସଭବନ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।
ଜିତେନ୍ଦ୍ରିୟଙ୍କ କୁଚିଣ୍ଡା ସ୍ଥିତ କାର୍ଯ୍ୟାଳୟ, ସମ୍ବଲପୁର ସ୍ଥିତ ବାସଭବନ, ଝାରସୁଗୁଡା ସହରରେ ଥିବା ୨ଟି ଘର ଓ କୋଲାବିରା ସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ରେଡ୍ କରୁଥିବା ନେଇ ଜଣାପଡିଛି। ତେବେ ତାଙ୍କର କେତେ ସମ୍ପତ୍ତି ଠାବ ହୋଇଛି ତାହା ସ୍ପଷ୍ଟ ଜଣାପଡିନାହିଁ ।

Comments are closed.